www.samajalive.in
Saturday, December 6, 2025
15.1 C
Bhubaneswar

ଆଣ୍ଠୁରେ ଆଘାତ ଯୋଗୁ ଓହରି ଗଲେ ଫେଡେରର

ପ୍ୟାରିସ: ବର୍ଷର ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରୁ ସ୍ବିଜରଲାଣ୍ଡର ରୋଜର ଫେଡେରର ଓହରିଯାଇଛନ୍ତି। ୮ ନମ୍ବର ମାନ୍ୟତାପ୍ରାପ୍ତ ଫେଡେରରଙ୍କ ଫ୍ରେଞ୍ଚ ଓପନ କ୍ୟାରିୟରର ​ଶେଷ ଥର ପାଇଁ ଖେଳୁଥିଲେ।। ଚଳିତ ଫ୍ରେଞ୍ଚ ଓପନର ପୁରୁଷ ସିଙ୍ଗଲ୍‌ସର ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିବା ଫେଡେରର ସୋମବାର ଚତୁର୍ଥ ରାଉଣ୍ଡ ମ୍ୟାଚ ମାଟିଓ ବେରାଟିଏନିଙ୍କ ସହିତ ଖେଳିବାର କାର୍ଯ୍ୟସୂଚୀ ରହିଥିଲା। ଆଣ୍ଠୁରେ ଆଘାତ କାରଣରୁ ରବିବାର ଫେଡେରର ତୃତୀୟ ରାଉଣ୍ଡ ମ୍ୟାଚରୁ ଓହରି ଯାଇଛନ୍ତି। ଫେଡେରର ତୃତୀୟ ରାଉଣ୍ଡରେ ମାରିନ୍‌ ସିଲିକ୍‌ଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ।

୯ଥର ୱିମ୍ବିଲଡନ ଟାଇଟଲ ହାସଲ କରିଥିବା ୩୯ ବର୍ଷୀୟ ଫେଡେରର ମୋଟ୍‌ ଉପରେ ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଫେଡେରର ଫ୍ରେଞ୍ଚ ଓପନରୁ କ୍ୟାରିୟରର ୨୧ତମ ଟାଇଟଲ ଲକ୍ଷ୍ୟ ରଖିଥିଲେ। ୨୦୨୦ରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଫେଡେରର ପ୍ରଥମ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ ଓପନରେ ଭାଗ ନେଇଥିଲେ। ଶେଷଥର ପାଇଁ ଫ୍ରେଞ୍ଚ ଓପନ ଖେଳିବାକୁ ଓହ୍ଲାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories