www.samajalive.in
Sunday, December 7, 2025
26.1 C
Bhubaneswar

ଗଳାକର୍କଟ ରୋଗରେ ପୀଡ଼ିତ ରୁନି, ସାହାଯ୍ୟ ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ରାମନାଗୁଡା: ଗଳାକର୍କଟ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୁଣ୍ଡିଢାମୁଣୀ ପଞ୍ଚାୟତର କରଡା ଗ୍ରାମରେ ରହୁଥିବା ଦୀନବନ୍ଧୁ କଣ୍ଡାଗରୀଙ୍କ ଝିଅ ରୁନି କଣ୍ଡାଗରୀ। ପାଠପଢିବା ବୟସରେ ଯନ୍ତ୍ରଣା ଯୋଗୁଁ ପରିବାର ଲୋକ ଦିଗହରା ହୋଇପଡିଛନ୍ତି। ଭଲ ପାଠପଢି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ପାଇଁ ଆଗକୁ ଅନେକ ସ୍ବପ୍ନ ଦେଖିଥିଲେ ରୁନି। ଗଳାକର୍କଟ ରୋଗ ରୁନିଙ୍କ ସବୁ ସ୍ବପ୍ନକୁ ଏବେ ଛାରଖାର କରିଦେଇଛି। ମାଟ୍ରିକ ପାସ୍ କରିବା ପରେ +୨କଳାରେ କିସ(କଳିଙ୍ଗ ଇନଷ୍ଟିଚ୍ୟୁଟ ସୋସିଆଲ ସାଇନ୍ସ)ରେ ନାମ ଲେଖାଇଥିଲେ ରୁନି । ସେ ପ୍ରଥମେ ଅସୁସ୍ଥ ହେବାରୁ ପ୍ରଥମେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବା ପରେ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଗଳାରେ କର୍କଟ ରୋଗ ଲକ୍ଷଣ ଦେଖାଦେଇଥିଲା। ଏବେ ରୁନିକୁ ବିଶାଖାପାଟଣାର କେଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରୁନିଙ୍କ ବାପା ଜଣେ ଦିନମଜୁରିଆ ତଥା ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ନିଜସ୍ୱ ଖର୍ଚ୍ଚରେ ଝିଅର ଚିକିତ୍ସା କରାଇଥିଲେ। ଏବେ ରୁନିଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଢୁଥିବାରୁ ଏବେ ରୁନିଙ୍କ ବାପାଙ୍କ ନିକଟରେ ଅର୍ଥ ବାଧକ ସାଜିଛି।

ଏବେ ରୁନିଙ୍କ ବାପାଙ୍କ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା କାର୍ଡ଼ ରହିଥିବା ବେଳେ ସେହି କାର୍ଡ଼ ଏଠାରେ କାର୍ୟ୍ୟ କରିବନାହିଁ ଡାକ୍ତରଖାନାରେ ଜଣାପଡିବା ପରେ ଏବେ ଝିଅର ଚିକିତ୍ସା କପରି କରିବେ ତାକୁ ନେଇ ସେ ଭାଙ୍ଗି ପଡିଛନ୍ତି। ରୁନିଙ୍କ ବାପା ଜଣେ ନିମ୍ନ ମଧ୍ୟମ ଧରଣର ଚାଷୀ ତଥା ଗରୀବ ଶ୍ରେଣୀର ଲୋକ ହୋଇଥିବାରୁ ଏବେ ଝିଅ ଚିକିତ୍ସା ପାଇଁ ୨ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ଏତେ ଟଙ୍କା ସେକେଉଁଠୁ ଆଣିବେ ସେଥିପାଇଁ ସେ କୌଣସି ସହୃଦୟ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ରୁନିଙ୍କ ଆକାଉଣ୍ଟ ନମ୍ବର-୩୮୫୮୪୪୫୭୯୬୯, ଆଇଏଫସି କୋଡ଼-sbin୦୦୧୩୬୨୮ ଓ ଫୋନ ପେ ନମ୍ବର ୮୭୬୩୬୨୩୩୯୯ରେ ଆର୍ଥିକ ସାହାଯ୍ୟ ପଠାଇବାକୁ ସେ ନିବେଦନ କରିଛନ୍ତି।।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories