www.samajalive.in
Saturday, December 6, 2025
19.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଫ୍ରେଣ୍ଡ୍‍ସ କ୍ଲବ ସହଯୋଗରେ ରିଲିଫ ବଣ୍ଟନ

କଟକ: କୋଭିଡ-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ତାଲାବନ୍ଦ କଟକଣା ଜାରି ପରିପ୍ରେକ୍ଷୀରେ ଦିନ ମଜୁରିଆ ଏବଂ ବସ୍ତିବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିପର୍ଯ୍ୟୟ ସହାୟତା ସେବା ଜରିଆରେ ମର୍କତନଗର ସେକ୍ଟର-୬ସ୍ଥିତ ଫ୍ରେଣ୍ଡ୍‍ସ କ୍ଲବ ସହଯୋଗରେ ରିଲିଫ ବଣ୍ଟନ କରାଯାଇଛି। ନିକଟସ୍ଥ ହଇରାଣପୁର ଓ ପେଟାନାଳ ବସ୍ତିରେ ରହୁଥିବା ଲୋକଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ମହାମାରୀ ସମୟରେ ସହାୟତାର ହାତ ବଢାଇଥିବାରୁ ବସ୍ତିବାସିନ୍ଦାଙ୍କ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ଏବଂ ଫ୍ରେଣ୍ଡ୍‍ସ କ୍ଲବ କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ ଜଣାଯାଇଛି। କାର୍ଯ୍ୟକ୍ରମରେ କ୍ଲବର ସମ୍ପାଦକ ଯତୀନ୍ଦ୍ରମୋହନ ଦାସ, ସଭାପତି ଓମ ପ୍ରକାଶ ଅଗ୍ରୱାଲ, ସମସ୍ତ ସଭ୍ୟ ଏବଂ ରିଲାଏନ୍ସ ଫାଉଣ୍ଡେସନ ଜିଲା ପରିଚାଳକ ଅଶୋକ କୁମାର ମଲ୍ଲିକ ଉପସ୍ଥିତ ରହି ରିଲିଫ ବଣ୍ଟନ ତଦାରଖ କରିଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories