www.samajalive.in
Friday, December 5, 2025
17.1 C
Bhubaneswar

ଇଣ୍ଡୋନେସିଆରେ ଭୂକମ୍ପ, ତୀବ୍ରତା୬.୧

ଜାକର୍ତ୍ତା: ଇଣ୍ଡୋନେସିଆ ଉପକୂଳରେ ଥିବା ଦ୍ୱୀପ ମାଲୁକୁରେ ଗୁରୁବାର ଦିନ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି। ତେବେ ଏଥିପାଇଁ ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ। ଏହି ଭୂକମ୍ପ ଟର୍ନେଟ ସହରରୁ ପ୍ରାୟ ୧୨୭ କିଲୋମିଟର ଦକ୍ଷିଣ ପଶ୍ଚିମକୁ ଭୂଗର୍ଭରେ ୩୧ କିଲୋମିଟର ତଳେ ସଂଗଠିତ ହୋଇଥିବା ଜଣାଯାଇଛି। ଭୂକମ୍ପ ପ୍ରଭାବ ଜନିତ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇନାହିଁ। ସୂଚନାଯୋଗ୍ୟ ଯେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ‘ରିଙ୍ଗ ଅଫ ଫାୟାର’ରେ ନିଜର ଅବସ୍ଥିତି କାରଣରୁ ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପନ ଅନୁଭୂତ ହୋଇଥାଏ। ୨୦୦୪ରେ ସୁମାତ୍ରା ଉପକୂଳରେ ଘଟିଥିବା ୯.୧ ତୀବ୍ରତାର ଭୂକମ୍ପ କାରଣରୁ ସମୁଦ୍ରରେ ବଡଧରଣର ସୁନାମି ଆସି ଇଣ୍ଡୋନେସିଆର ପ୍ରାୟ ୧,୭୦,୦୦୦ଙ୍କ ସମେତ ଉକ୍ତ ଅଞ୍ଚଳରେ ୨,୨୦,୦୦୦ରୁ ଅଧିକ ଲୋକଙ୍କର ଜୀବନ ହାନି ଘଟିଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories