www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ୭୭୨୯ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୨ ରହିଥିବା ଜଣାଯାଇଛି। ନୂଆକରି ଚିହ୍ନଟ କରାଯାଇଥିବା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୪୩୩୧ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯୮ ଜଣ ରହିଛନ୍ତି।
ରାଜ୍ୟର ଅନୁଗୁଳ ଜିଲାରୁ ୪୪୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ବାଲେଶ୍ୱରରୁ ୪୨୬, ବରଗଡ ୧୮୯, ଭଦ୍ରକ ୨୮୭, ବଲାଙ୍ଗୀର ୬୧, ବଉଦ ୧୨୮ ଏବଂ କଟକ ଜିଲାରୁ ୭୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ ଜିଲାରୁ ୭୨, ଢେଙ୍କାନାଳରୁ ୨୫୨, ଗଜପତି ୬୮, ଗଞ୍ଜାମ ୧୫୩, ଜଗତସିଂହପୁର ୨୫୫, ଯାଜପୁର ୩୮୮, ଝାରସୁଗୁଡା ୭୧, କଳାହାଣ୍ଡି ୧୬୭, କନ୍ଧମାଳ ୫୨, କେନ୍ଦ୍ରାପଡା ୨୨୩, କେନ୍ଦୁଝର ୧୬୬, କୋରାପୁଟ ୧୮୫, ମାଲକାନଗିରି ୧୦୪ ଏବଂ ମୟୁରଭଞ୍ଜ ଜିଲାରୁ ୪୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ନବରଙ୍ଗପୁରରୁ ୨୧୯, ନୟାଗଡ ୨୧୯, ନୂଆପଡା ୪୮, ପୁରୀ ୩୩୩, ରାୟଗଡା ୩୧୦, ସମ୍ବଳପୁର ୧୬୧, ସୋନପୁର ୬୧, ସୁନ୍ଦରଗଡ ୨୭୦ ଏବଂ ଷ୍ଟେଟପୁଲରୁ ୧୮୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ୭୧୩୦୫୫ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୮୨୬୭୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories