www.samajalive.in
Friday, December 5, 2025
27.1 C
Bhubaneswar

ମୃତ୍ୟୁର ୧୮ ଦିନ ପରେ ଘରକୁ ଫେରିଲେ ମହିଳା

ହାଇଦରାବାଦ: ଜଣେ ମହିଳା କୋଭିଡ-୧୯ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କ ସ୍ୱାମୀ ତାଙ୍କୁ ଦେଖିବାକୁ ନିୟମିତ ଡାକ୍ତରଖାନା ଯାଉଥିଲେ। ଦିନେ ଆଉ ମହିଳାଙ୍କୁ ଡାକ୍ତରଖାନା ଶଯ୍ୟାରେ ତାଙ୍କୁ ଦେଖିବାକୁ ପାଇଲେ ନାହିଁ। ଡାକ୍ତରଖାନାର ଜଣେ ସେବିକା ଉକ୍ତ ବ୍ୟକ୍ତିଙ୍କୁ କହିଲେ ସମ୍ଭବତଃ ତାଙ୍କ ପତ୍ନୀ କୋଭିଡରେ ପ୍ରାଣ ହରାଇଛନ୍ତି। ଏପରିକି ପଲିଥିନରେ ସଂପୂର୍ଣ୍ଣ ଆଚ୍ଛାଦିନ ଏକ ମୃତ ଶରୀର ମଧ୍ୟ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ତାହାକୁ ଆଣି କବର ଦେଇଥିଲେ। କିନ୍ତୁ ଘଟଣା ଘଟିବାର ପ୍ରାୟ ୧୮ ଦିନ ପରେ ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା ଘଟିଲା। ମୃତ ଘୋଷିତ ମହିଳା ଜଣକ ଘରେ ଆସି ପହଞ୍ଚିଲେ। ଏହା ଦେଖି ପରିବାର ଲୋକ ଯେତିକି ଖୁସି ହୋଇଥିଲେ, ତାହାଠାରୁ ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସେମାନେ।
ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ସରକାରୀ କୋଭିଡ ଡାକ୍ତରଖାନାରେ। ଆନ୍ଧ୍ରର କ୍ରିଷ୍ଣା ଜିଲାର ଜଗାଇୟାପେଟ୍‍ ମଣ୍ଡଳ ଅନ୍ତର୍ଗତ ଖ୍ରୀଷ୍ଟିଆନପେଟ୍‍ ଗ୍ରାମର ଗିରିଜାମ୍ମା ନାମକ ଜଣେ ବୟସ୍କା ମହିଳା କୋଭିଡରେ ସଂକ୍ରମିତ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ମଇ ମାସ ୧୨ ତାରିଖ ଦିନ ବିଜୟୱାଡାସ୍ଥିତ ସରକାରୀ ଜେନେରାଲ ହସପିଟାଲରେ ପରିବାର ଲୋକ ଭର୍ତ୍ତି କରିଥିଲେ। ମହିଳାଙ୍କ ସ୍ୱାମୀ ଗଡାୟା ପତ୍ନୀଙ୍କୁ ଦେଖିବାକୁ ନିୟମିତ ଡାକ୍ତରଖାନା ଯାଉଥିଲେ। ମଇ ୧୫ ତାରିଖରେ ସେ କୋଭିଡ ୱାର୍ଡରେ ଆଉ ପତ୍ନୀଙ୍କୁ ଦେଖିବାକୁ ପାଇଲେ ନାହିଁ। ଅନ୍ୟ ୱାର୍ଡ ମଧ୍ୟ ଖୋଜାଖୋଜି କଲେ, ହେଲେ ପତ୍ନୀଙ୍କ ସନ୍ଧାନ ମିଳିଲାନାହିଁ। ଶେଷରେ ଡାକ୍ତରଖାନାର ନର୍ସ ତାଙ୍କୁ କହିଲେ ଯେ ତାଙ୍କ ପତ୍ନୀଙ୍କର ନିଶ୍ଚିତରେ ପରଲୋକ ଘଟିଛି। ଡାକ୍ତରଖାନା ଶବାଗାରରୁ ପଲିଥିନ ଘୋଡାଯାଇଥିବା ଏକ ମୃତଦେହ ଗଡାୟାଙ୍କୁ ହସ୍ତାନ୍ତର କରିଦିଆଗଲା। ଦୁଃଖରେ ଭାଙ୍ଗିପଡିଥିବା ଗଡାୟା ଉକ୍ତ ମୃତଦେହ ଆଣି ଗ୍ରାମକୁ ଫେରିବା ପରେ ସେହିଦିନ ତାହାର ଅନ୍ତିମ ସଂସ୍କାର କଲେ। ଏହାର କିଛିଦିନ ପରେ ମଇ ୨୩ରେ ପରିବାର ଲୋକଙ୍କୁ ଖବର ମିଳିଲା ଯେ ସେମାନଙ୍କର ୩୫ ବର୍ଷର ପୁଅ ମୁତ୍ୟାଲା ରମେଶ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ଖମାମ ଜିଲା ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ପରିବାର ଉପରେ ସତେ ଯେମିତି ଦୁଃଖର ପାହାଡ ଭାଙ୍ଗିପଡିଲା। ସେମାନେ ମା’, ପୁଅଙ୍କର ଶେଷକୃତ୍ୟ ଜୁନ୍‍ ୧ ତାରିଖରେ ଶେଷ କରିଥିଲେ। କିନ୍ତୁ ତାହାର ଦିନକ ପରେ ଉକ୍ତ ମହିଳା ଗିରିଜାମ୍ମା ଘରେ ଆସି ପହଞ୍ଚିଲେ। ସୁସ୍ଥ ହେବାପରେ ତାଙ୍କୁ ନେବାକୁ କେହି ଡାକ୍ତରଖାନା ଆସିନଥିବାରୁ ସେ ଦୁଃଖ କରୁଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଘରକୁ ଫେରିବାକୁ ୩ହଜାର ଟଙ୍କା ଦେଇଥିଲେ। ଏହାଦେଖି ପରିବାର ଲୋକ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ସେମାନଙ୍କ କହିବା କଥା ଯେ ଡାକ୍ତରଖାନା ଦେଇଥିବା ମୃତଦେହକୁ ସେମାନେ ଖୋଲି ଦେଖିନଥିଲେ। ସେହିଭଳି ତାକୁ କବର ଦେଇଥିଲେ। ଅବଶ୍ୟ ଏହି ଘଟଣାରେ ଏପର୍ଯ୍ୟନ୍ତ ଡାକ୍ତରଖାନା ବିରୁଦ୍ଧରେ ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି।

Hot this week

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

Related Articles

Popular Categories