www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ-୧୯ର ଉତ୍ପତ୍ତି ଖୋଜ, ନହେଲେ କୋଭିଡ-୨୬ ଓ କୋଭିଡ-୩୨ ପାଇଁ ପ୍ରସ୍ତୁତ ରୁହ

ୱାଶିଂଟନ: କୋଭିଡ-୧୯ର ଉତ୍ପତ୍ତି ସମ୍ପର୍କରେ ଯଦି ସଠିକ ଅନୁସନ୍ଧାନ କରାନଯାଏ ତେବେ ସାରା ବିଶ୍ୱ କୋଭିଡ-୨୬ ଓ କୋଭିଡ-୩୨ ଭଳି ମହାମାରୀକୁ ସାମନା କରିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକାର ଜଣେ ଚିକିତ୍ସା ବିଶେଷଜ୍ଞ। ଟେକ୍ସାସ ଚିଲଡ୍ରେନ୍ସ ହସପିଟାଲ ସେଣ୍ଟର ଫର ଭାକ୍ସିନ ଡେଭଲପମେଣ୍ଟର ସହ ନିର୍ଦ୍ଦେଶକ ପିଟର ହଟେଜ୍‍ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ କହିଛନ୍ତି, ଏହି ମହାମାରୀ କିଭଳି ଆରମ୍ଭ ହେଲା ତାହା ନଜାଣିଲେ ଏବଂ ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଲେ ସାରା ବିଶ୍ୱ ଭବିଷ୍ୟତରେ ଏହିଭଳି ମହାମାରୀର ସାମନା କରିବ। କୋଭିଡ-୧୯ର ମୂଳ ଠାବ କରାନଗଲେ କୋଭିଡ-୨୬ ଏବଂ କୋଭିଡ-୩୨ ଆସିବା ଆଶଙ୍କା ରହିଛି।
ଏନବିସିର ମିଟ୍‍ ଦି ପ୍ରେସ କାର୍ଯ୍ୟକ୍ରମରେ ପ୍ରକାଶକରି ହଟେଜ୍‍ କହିଥିଲେ, କୋଭିଡ-୧୯ର ଉତ୍ପତ୍ତି ସମ୍ପର୍କରେ ଜାଣିବାକୁ ହେଲେ ଆମେରିକା ପ୍ରଶାସନ ଚୀନ ଉପରେ ଚାପ ପକାଇବା ଆବଶ୍ୟକ, ଦରକାର ହେଲେ କଟକଣା ଲାଗୁ ଧମକ ମଧ୍ୟ ଦିଆଯିବା ଦରକାର। ସେ କହିଥିଲେ, ଚୀନରେ ଏକ ବୈଜ୍ଞାନିକ ଦଳକୁ ଏକ ଲମ୍ବା ସମୟ ପାଇଁ ରହି ସେଠାରେ ଟିକିନିଖି ଅନୁଧ୍ୟାନ କରିବାକୁ ଅନୁମତି ଦିଆଯିବା ଉଚିତ। ସେମାନେ ଯେଭଳି ମଣିଷ ଏବଂ ସେଠାକାର ପ୍ରାଣୀଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରିବେ ତାହା ନିଶ୍ଚିତ କରାଯିବା ଆବଶ୍ୟକ। ବୈଜ୍ଞାନିକ, ମହାମାରୀ ବିଶେଷଜ୍ଞ, ଭୂତାଣୁ ବିଶେଷଜ୍ଞ, ବାଦୁଡି ସମ୍ପର୍କରେ ବିଶେଷ ଜ୍ଞାନ ରଖୁଥିବା ପରିବେଶବିଜ୍ଞାନୀଙ୍କୁ ନେଇ ଗଠିତ ଏକ ଦଳକୁ ଚୀନର ହୁବେଇ ପ୍ରଦେଶରେ ଛଅମାସ ଅଥବା ଏକବର୍ଷ ପର୍ଯ୍ୟନ୍ତ ରହି ସେମାନଙ୍କ ଗବେଷଣା କରିବାକୁ ଅନୁମତି ପ୍ରଦାନର ଆବଶ୍ୟକତା ରହିଛି।
ତାଙ୍କ ସହିତ ସମାନ ମତ ପୋଷଣ କରିଛନ୍ତି ଆମେରିକା ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)ର ପୂର୍ବତନ କମିଶନର ଡ.ସ୍କଟ ଗୋଟଲିଏବ। ସେ କହିଛନ୍ତି, କୋଭିଡ-୧୯ ଚୀନର ଉହାନ ଲାବୋରେଟୋରୀରୁ ଉବଦ୍ଭ ହୋଇଥାଇପାରେ। ଫେସ୍‍ ଦି ନେସନ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ କହିଛନ୍ତି, କୋଭିଡ-୧୯ର ଉତ୍ପତ୍ତି ଜାଣିବା ପାଇଁ ଚୀନର ସହଯୋଗ ଆବଶ୍ୟକ। ଲାବୋରେଟୋରୀରୁ ଦୈବାତ୍‍ ଲିକ ହେବା ଘଟଣା ସବୁ ସମୟରେ ଘଟିଥାଏ। ସେ ଏକଥା ମଧ୍ୟ କହିଛନ୍ତି ଯେ ବୈଜ୍ଞାନିକମାନେ ଏହି ମହାମାରୀର ସୃଷ୍ଟିକୁ ନେଇ ଇତିମଧ୍ୟରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇସାରିଲାଣି। କିନ୍ତୁ ଏହା ପ୍ରାଣୀ ଶରୀରରୁ ଆସିଥିବା ନେଇ କିଛି ପ୍ରମାଣ ମିଳିନାହିଁ।
ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କୋଭିଡ-୧୯ର ଉତ୍ପତ୍ତି ସମ୍ପର୍କରେ ଜାଣିବା ପ୍ରୟାସ ଦ୍ୱିଗୁଣିତ କରିବାକୁ ଗୁଇନ୍ଦା ସମୁଦାୟଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ବାଇଡେନ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‍ ସୁଲିଭାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ବାଇଡେନଙ୍କର ଏଭଳି ତଦନ୍ତାଦେଶକୁ ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ ଅଗ୍ରାହ୍ୟ କରିଦେଇ କହିଛନ୍ତି, ଏହା କେବଳ ଚୀନ ଉପରେ ଦୋଷ ଲଦିବା ଏବଂ ପ୍ରସଙ୍ଗର ରାଜନୈତିକକରଣ କରିବା ପାଇଁ ଆମେରିକାର ଉଦ୍ୟମ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories