www.samajalive.in
Sunday, December 14, 2025
15.1 C
Bhubaneswar

ଦକ୍ଷିଣ ରାଉରକେଲାରେ ରାସ୍ତା, ଡ୍ରେନେଜ, ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ

ସାରନଗରୀ : ପ୍ରତିବର୍ଷ ପରି ଚଳିତ ବର୍ଷରେ ଆଉ କିଛି ସପ୍ତାହ ଅନ୍ତରାଳେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବ । ଏହା ସହ ବର୍ଷାର ଅନୁପାତ ବୃଦ୍ଧି ପାଇବା ଆକଳନ କରାଯାଉଛି । ଅପରପକ୍ଷରେ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଥିବା ବିଭିନ୍ନ ବସ୍ତି ଓ କଲୋନୀରେ ଡ୍ରେନେଜ ଓ ପରିମଳ ବ୍ୟବସ୍ଥା ପୂର୍ବ ପରି ରହିଛି ।
ଏହାଦ୍ୱାରା ଚଳିତ ବର୍ଷା ରୁତୁରେ ଏଠାକାର ବାସିନ୍ଦା ମାନଙ୍କୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଏବେଠାରୁ ପୋତି ହୋଇ ପଡ଼ିଥିବା ବିଭିନ୍ନ ନାଳ, ନର୍ଦ୍ଦମାକୁ ପୁନରୁଉଦ୍ଧାର କରିବା ସହ ଗଳିକନ୍ଦିର ଆବଡ଼ାଖାବଡ଼ା ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।
ସାରନଗରୀର କିଛି କଲୋନୀରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସାରନଗରୀର ଅନେକ ବସ୍ତି ଓ କଲୋନୀ ରାଉରକେଲା ମହାନଗର ନିଗମ(ଆରଏମସି) ଅଧିନରେ ଆସୁନଥିବାରୁ ଏଠାରେ ଅଳିଆ, ଆବର୍ଜନା ସଫା କରିବା ପାଇଁ ଗୁରୁତ୍ୱ ଦିଆଯାଉନାହିଁ । ଫଳରେ ସେହି ସବୁ ଅଂଚଳରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ୟ୍ୟସ୍ତ ହେବାରେ ଲାଗିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ବର୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲୁଥିବା ବେଳେ ଦକ୍ଷିଣ ରାଉରକେଲାର କିଛି ନିର୍ଦ୍ଦିଷ୍ଟ ବସ୍ତି ଓ କଲୋନୀରେ ଏହାର ବିପରୀତ ଦୃଶ୍ୟ ଦେଖାଯାଉଛି।  ପ୍ରଶାସନିକ ବ୍ୟବସ୍ଥା ପ୍ରତି ସିଧାସଳଖ ଅଙ୍ଗୁଳି ନିକ୍ଷେପ କରୁଛି ବୋଲି ସାରନଗରୀ ଅଂଚଳର କିଛି ବୁଦ୍ଧିଜିବୀ ନିଜର ମତ ରଖିଛନ୍ତି ।
ଗତ କିଛି ଦିନ ତଳେ ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷାରେ ଅନେକ ବସ୍ତି ଓ କଲୋନୀ ଜଳାର୍ଣ୍ଣବ ହୋଇ ପଡ଼ିବା ଦେଖିବାକୁ ମିଳିଥିଲା । ଏଠାରେ ଥିବା ଡ୍ରେନେଜ ଓ ନାଳ ଗୁଡ଼ିକୁ ଦୀର୍ଘମାସ ହେଲା ସଫା ନକରିବା କାରଣରୁ ସେ ଗୁଡ଼ିକ ପୋତି ହୋଇ ପଡ଼ିଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ବର୍ଷା ଜଳରେ ନାଳ ପୂର୍ଣ୍ଣ ହୋଇଗଲା ପରେ ଅଳିଆ, ଆବର୍ଜନା ଗୁଡ଼ିକ ରାସ୍ତାର ଚାରିଆଡ଼େ ବିଚ୍ଛୁରିତ ହୋଇ ପଡ଼ି ରହିବା ସହ ଏକ ସମଗ୍ର ଅଂଚଳରେ ଏକ ଦୂଷିତ ପରିବେଶ ସୃଷ୍ଟି ହେବା ଲକ୍ଷ୍ୟ କରାଯାଇଥାଏ । ବିଶେଷ କରି ସାରନଗରୀର କନଷ୍ଟ୍ରକସନ କଲୋନୀ, ଆରଏଚ କଲୋନୀରେ ଡ୍ରେନେଜ ଜନିତ ସମସ୍ୟା ପ୍ରତି ବର୍ଷା ରୁତୁରେ ଦେଖିବାକୁ ମିଳିଥାଏ ।
ଏନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେହେଁ, ଆଜି ଯାଏ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିବା ସ୍ଥାନୀୟ ବାସିନ୍ଦାଙ୍କ ମୁହଁରୁ ଶୁଣିବାକୁ ମିଳେ । ସେହିପରି ବର୍ଷା ରୁତୁରେ ସାରନଗରୀର ମୁଖ୍ୟ ରାସ୍ତା ସମେତ ଅନେକ ଗଳିକନ୍ଦିରେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ଜମି ରହିବା ଫଳରେ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ସାରନଗରୀବାସୀ । ଅଂଚଳର ଜନବହୁଳ ମାର୍କେଟ ଭାବେ ପରିଚିତ ଗଂଜୁ ମାର୍କେଟ, ରଙ୍ଗୋଲି ଛକ, ଫର୍ଟିଲାଇଜର ‘ଇ’ ବ୍ଲକ, ମଡର୍ଣ୍ଣ ଇଣ୍ଡିଆ ଅଂଚଳରେ ବର୍ଷା ରୁତୁରେ ପାଣି ଜମିବା ପ୍ରତି ବର୍ଷା ରୁତୁରେ ଦେଖିବାକୁ ମିଳେ ।
ଏପରିସ୍ଥଳେ ବର୍ଷା ଜଳ ଜମି ରହିବା କାରଣରୁ ଏସବୁ ଅଂଚଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ମଶା, ମାଛିଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ଡେଙ୍ଗୁୁ, ମ୍ୟାଲେରିଆ, ଡାଇରିଆ ଭଳି ରୋଗ ଉତ୍ପନରେ ସହାୟକ ହୋଇଥାଏ ବୋଲି ଲୋକେ ଅଭିଯୋଗ କରନ୍ତି । ସେହିପରି ସାରନଗରୀର କିଛି ଜାଗାରେ ରାସ୍ତାର ଉଭୟ ପାଶ୍ୱର୍ରୁ କିଛି ଅସାଧୁ ବ୍ୟବସାୟୀ ତଥା ବ୍ୟକ୍ତି ମାନେ ଜବରଦଖଲ କରିବା ଦ୍ୱାରା ବର୍ଷା ରୁତୁରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଥାଏ ।
ଏହି ଜବର ଦଖଲ ଦ୍ୱାରା ରାସ୍ତା ପାଖର କିଛି ନାଳ ପୋତି ହେବାକୁ ମଧ୍ୟ ଦୃଷ୍ଟିଗୋଚର ହେଲାଣି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ସେହିପରି ସେକ୍ଟର-୨୨(ସାରନଗରୀ)ର ସୁପର ମାର୍କେଟ ଉପରେ ଫର୍ଟିଲାଇଜର ଟାଉନସିପ ସମେତ ଆଖପାଖ କଲୋନୀ ଓ ବସ୍ତି ଅଂଚଳର ବାସିନ୍ଦା ମାନେ ନିତ୍ୟବ୍ୟବହାର୍ୟ୍ୟ ଜିନିଷ ପାଇଁ ପ୍ରତ୍ୟକ୍ଷ ଭାବେ ନିର୍ଭର କରିଥାନ୍ତି । ପ୍ରତିଦିନ ସକାଳ ଠାରୁ ମଧ୍ୟାହ୍ନ ଯାଏ ପରିବା ଓ ମାଛ ବଜାର ଏହି ମାର୍କେଟରେ ବସୁଥିବାରୁ ଏହି ମାର୍କେଟ ପ୍ରତ୍ୟହ ଜନଗହଳିପୁର୍ଣ୍ଣ ହେଉଥିବା ନଜରକୁ ଆସିଥାଏ ।
ଅନ୍ୟପକ୍ଷେ ବର୍ଷା ରୁତୁରେ ଅବ୍ୟବସ୍ଥିତ ଡ୍ରେନେଜ ବ୍ୟବସ୍ଥା ଯୋଗୁ ନାଳ ପାଣି ମାର୍କେଟ ନିକଟ ରାସ୍ତାରେ ପ୍ରବାହିତ ହେବା କାରଣରୁ ମାର୍କେଟକୁ ଆସୁଥିବା ଗ୍ରାହକ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଥାଏ।  ନାଳପାଣିରେ ପରିତ୍ୟକ୍ତ ଜିନିଷ ଭାସି ଆସିବା କାରଣରୁ ତାହାର ଦୁର୍ଗନ୍ଧ ଲୋକଙ୍କୁ ଅସହ୍ୟବୋଧ ହେବା ସହ ଏହାର କୁପ୍ରଭାବ ଶିଶୁ ଓ ବୟସ୍କ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।ଏହା ବ୍ୟତୀତ ବାହାରେ ଚଲାବୁଲା କରୁଥିବା ବିଭିନ୍ନ ଗୃହପାଳିତ ପଶୁ ଯେପରି ଗାଈ, ମଇଁଷି ଓ ଛେଳି ଏହି ପ୍ରଦୂଷଣଯୁକ୍ତ ପାଣି ପିଇବା ଦ୍ୱାରା ସମୟ ସମୟରେ ରୋଗାଗ୍ରସ୍ତ ହେବା ଦେଖିବାକୁ ମିଳେ । ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି ଉଭୟ ଗ୍ରାହକ ଓ ବ୍ୟବସାୟୀ ।
ବର୍ଷା ରୁତୁରେ ଡ୍ରେନେଜ ବ୍ୟବସ୍ଥା ଗୁରୁତର ରୂପ ଧାରଣ କରୁଥିବାରୁ ଅଳିଆ ଆବର୍ଜନାଯୁକ୍ତ ପାଣି ସୁପର ମାର୍କେଟ ରାସ୍ତାରେ ପ୍ରବାହିତ ହେବା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ହେଁ, ଏହାର କୌଣସି ସ୍ଥାୟୀ ସୁଫଳ ଏଯାଏ ମିଳି ପାରିନଥିବା କିଛି ଦୋକାନୀ ପ୍ରକାଶ କରନ୍ତି । ଏଣୁ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି । ଆସନ୍ତା ବର୍ଷା ରୁତୁ ପୂର୍ବରୁ ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ବିପର୍ୟ୍ୟସ୍ତ ଅବସ୍ଥାରେ ପଡ଼ିଥିବା ନାଳ, ଡ୍ରେନେଜ ଓ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ଜୋର ଧରିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories