www.samajalive.in
Friday, December 12, 2025
15.1 C
Bhubaneswar

କ୍ୟାନସର ପୀଡିତ ଶିଶୁଙ୍କୁ ସ୍ୱଇଚ୍ଛାର ଆର୍ଥିକ ସହାୟତା

ସମ୍ବଲପୁର: ସୋନପୁର ଜିଲାର ସଦର ବ୍ଲକ ଅର୍ନ୍ତଗତ ହରଡଖୋଲ ଗ୍ରାମର ନିବାସୀ ନିଳାମ୍ବର ପୁରୋହିତ ଓ ସତ୍ୟଭାମା ପୁରୋହିତଙ୍କ ଶିଶୁ ପୁତ୍ର ପ୍ରିନ୍ସ କ୍ୟାନସରରେ ପୀଡିତ ଅଛନ୍ତି। ଏ ସର୍ମ୍ପକରେ ଗତ ୨୩ ମେ’ରେ ଦୈନିକ ଖବର କାଗଜ ସମାଜରେ ପ୍ରକାଶିତ ହେବା ସହିତ ସହାୟତା ଯୋଗାଇବାକୁ ପିତାମାତାଙ୍କ ନିବେଦନ କରିଥିଲେ। ପ୍ରିନ୍ସର ବାପା ଗୁଜୁରାଟରେ ଏକ ଔଷଧ କମ୍ପାନୀରେ ଶ୍ରମିକ ରୂପେ କାର୍ଯ୍ୟରତ ରହିଥିବା ବେଳେ ତାଙ୍କର ଯାହା ଜମା ପୂଞ୍ଜି ରହିଥିଲା, ତାହା ପୁତ୍ରର ଚିକତ୍ସାରେ ଶେଷ ହୋଇଯାଇଛି। ଏଣୁ ଶିଶୁର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ଅନୁରୋଧ ମାତାପିତା କରିଥିବାରୁ ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱଇଚ୍ଛା ପକ୍ଷରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ସମ୍ବଲପୁରରୁ ରେଳ ଯୋଗେ ଉଚ୍ଚ ଚିକିତ୍ସା ପାଇଁ ଯାଉଥିବା ଜାଣି ସ୍ୱଇଚ୍ଛାର ପ୍ରତିନିଧି ମଣ୍ଡଳ ଷ୍ଟେସନରେ ପହଂଚି ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ମାନବୀୟ ସେବାରେ ଗୋବିନ୍ଦ ଚନ୍ଦ୍ର ମେହେର, ଦିଲ୍ଲୀପ ପଣ୍ଡା, ଅଭିଲାଷ ହୋତା, ଜଗଦିଶ ଚନ୍ଦ୍ର ବେହେରା, ସିକନ୍ଦର ଆଲମ, ସମ୍ବିତ ଦାଶ, ମାନସ ମହାନ୍ତି, ମନୋରଞ୍ଜନ ନାୟକ, ସତ୍ୟ ନାରାୟଣ ଦାସ, ଅନୁଜ ଜେନା, ମୌସୁମି ଦୋରା, ଅତିଶ ମିଶ୍ର, ବନ୍ଦନା ପ୍ରଧାନ, ରୋହିତ ପଟେଲ, ଅନୁପ ମେହେର ପ୍ରମୁଖ ସହାୟତା କରିଛନ୍ତି। ଏହି ମାନବୀୟ ସହାୟତାକୁ ସବୁ ମହଲରେ ପ୍ରଶଂସା କରାଯିବା ସହିତ ଶିଶୁର ଶିଘ୍ର ଆରୋଗ୍ୟ କାମନା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories