www.samajalive.in
Saturday, December 6, 2025
19.1 C
Bhubaneswar

ମଦ୍ୟପ ଯୁବକଙ୍କ ଦୌରାତ୍ମ୍ୟ ; ମହିଳା ପୁଲିସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଖଣ୍ଡଗିରି : ତାଲବନ୍ଦ୍ ବେଳେ ଲୋକଙ୍କୁ ଘରୁ ନ ବାହାରିବାକୁ ବାରମ୍ବାର କୁହାଯାଉଥିବ ବେଳେ ରାଜଧାନୀ ରାସ୍ତାରେ ଅମାନିଆ ଯୁବକଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଲୁଛି।
ରବିବାର ସନ୍ଧ୍ୟାରେ ଜଣେ ମଦ୍ୟପ ଯୁବକଙ୍କ ଦୌରାତ୍ମ୍ୟ ଖଣ୍ଡଗିରି ଥାନା ଅନ୍ତର୍ଗତ ଫାୟାର ଷ୍ଟେସନ ଛକ ନିକଟରେ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ବିନା ହେଲମେଟରେ ଏକ ସ୍କୁଟି ଯୋଗେ ବରମୁଣ୍ଡା ପଟକୁ ଦ୍ରୁତ ଗତିରେ ଯାଉଥିଲେ। ତେବେ ସେ ହେଲେମେଟ ପିନ୍ଧି ନଥିବବାରୁ ତାଙ୍କୁ ଫାୟାର ଷ୍ଟେସନ ଛକରେ ବ୍ଲକିଂ କରିଥିବା ଟ୍ରାଫିକ ପୁଲିସ ଅଟକାଇଥିଲା। ଏତିକିରେ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ ସେଠାରେ କାର୍ଯ୍ୟରତ ମହିଳା ଟ୍ରାଫିକ କର୍ମଚାରୀଙ୍କୁ ଗାଲି କରି ଦୁର୍ବ୍ୟବହାର କରିଥିଲେ। ଅପରପକ୍ଷରେ ନିଜକୁ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେବା ସହ ଗୋଟାଏ ମିନିଟରେ ଡ୍ୟୁଟିରେ ଥିବା ସମସ୍ତ ପୁଲିସ କର୍ମଚାରୀଙ୍କ ବର୍ଦ୍ଦି ଓହ୍ଲାଇ ଦେବାକୁ ଧମକ ଦେଇଥିଲେ । ତେବେ ଯୁବକ ଜଣଙ୍କ ଅତ୍ୟଧିକ ନିଶାଗସ୍ତ ଥିବା ଜଣାପଡ଼ିଥିଲା। ପରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ନିଶା ଏତେ କେଉଁଠି ଖାଇଛ ବୋଲି ପଚାରିବାରୁ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହେବା ସହ ଗାଲିଗୁଲଜ କରିଥିଲେ ।  ଯୁବକଙ୍କ ନାମ ଜୀବନଜ୍ୟୋତି ମଲ୍ଲିକ ବୋଲି ଜଣାପଡ଼ିଛି। ପରେ ଖଣ୍ଡଗିରି ଥାନା ପିସିଆର ଗାଡ଼ି ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଏନେଇ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ଅଭିଯୋଗକ୍ରମେ ଏକ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ଜୋନ ଏସିପି ଭରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯୁବକଙ୍କ ଜଣଙ୍କ ତାଙ୍କୁ ମିଛରେ ଖରାପ ଭାଷାରେ ଗାଲିଗୁଲଜ କରିଥିବାରୁ ତାଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ ବୋଲି କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ଜଣଙ୍କ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories