ବରପାଲି: ବରପାଲି ବେଦାନ୍ତ ସମିତିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ପକ୍ଷରୁ ସମଲେଇପଦର ପାର୍ବତୀଗିରି ବୃଦ୍ଧାଶ୍ରମରେ ଅନ୍ତେବାସିଙ୍କ ଖାଇବା ନିମନ୍ତେ ଶୁଖିଲା ଖାଦ୍ୟ ସାମଗ୍ରୀ ଦିଆଯାଇଛି। ବେଦାନ୍ତ ସମିତି ସଦସ୍ୟ ମାନେ ପ୍ରତି ମାସର ଶେଷ ରବିବାର ଆଶ୍ର୍ରମକୁ ଯାଇ ଅନ୍ତେବାସିଙ୍କ ହାଲଚାଲ ବୁଝିବା ଏବଂ ତାଙ୍କ ସହିତ କିଛି ସମୟ କଟାଇନା ସହିତ ନିଜ ପକ୍ଷରୁ ରନ୍ଧନ ଖାଦ୍ୟ ଓ ଦାରକାର ହେଉଥିବା ଔଷଧ ବସ୍ତ୍ର ପରିଧାନ ବିତରଣ କରୁଥିଲେ। ହେଲେ ଗତ ଦୁଇମାସ ହେବ କରୋନା କଟକଣା ଓ ସଂକ୍ରମଣ ଭୟ ଦୃଷ୍ଟିକୁ ଆଣି ଆଶ୍ରମ ଯାତାୟତରେ ବାଧା ସୃଷ୍ଟି ଓ ୨୧ଜଣ ଅନ୍ତେବାସିଙ୍କ ସହ କଟାଇଥିବା ଭାବ ବିନିମୟ ସମ୍ପର୍କରେ ଘାରି ହେଉଛନ୍ତି।
ବିଭିନ୍ନ ସମୟରେ ଆଶ୍ରମ ପରିଚାଳକ ଜଳନ୍ଧର ବାବୁଙ୍କ ସହିତ ଆଶ୍ରମ ପରିଚାଳନା ସମ୍ପର୍କରେ ଏବଂ ବୟଷ୍କ ପୁରୁଷ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଷୟ ଉପରେ ପଚାରି ବୁଝୁଥିବା ଜଣାପଡ଼ିଥିଲା।



