www.samajalive.in
Saturday, December 6, 2025
26.1 C
Bhubaneswar

ମହଦାରେ ସାମୁହିକ କରୋନା ପରୀକ୍ଷା

ବରପାଲି: ବରପାଲି ବ୍ଲକ ମହଦା ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ କରୋନା ପରୀକ୍ଷା ମୋବାଇଲ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଯାଇଛି। ରବିବାର ପୁର୍ବାହ୍ନରେ ସରପଞ୍ଚ ନାରାୟଣ ପଧାନଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମଟି ସଂଚାଳିତ ହୋଇଥିଲା। ଗାଁର ୧୦୦ ଜଣଙ୍କ ସ୍ୱାବ ନେଇ ଏଣ୍ଟିଜେଣ୍ଟ ମାଧ୍ୟମରେ ପରୀକ୍ଷା କଲାପରେ ୫ଜଣଙ୍କ ସ୍ୱାବରୁ ସଂକ୍ରମଣର ଚିହ୍ନ ବାହାରିଥିଲା। ପରେ ବିଭାଗିୟ କର୍ମଚାରୀମାନେ କୋଭିଡ଼ ଗାଇଡ଼ ଲାଇନ ଅନୁକରଣ ଅନୁଯାୟୀ ଏକାକି ସଙ୍ଗରୋଧ ବାସ ଓ ସାମାଜିକ ଦୁରତ୍ୱ ସହ ମାକ୍ସ ବ୍ୟବହାର ଏବଂ ସାବୁନରେ ବାରାମ୍ବାର ହାତ ଧୋଇବାକୁ ପରାମର୍ସ ଦେଇଥିଲେ। ପରୀକ୍ଷା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲେ ସୁଦ୍ଧା କିଟ୍ସ ଅଭାବରୁ ସମସ୍ତଙ୍କ ପରୀକ୍ଷା ହୋଇ ପାରିନଥିଲା। ପୁର୍ବରୁ ଗାଁରେ ସଂକ୍ରମଣଙ୍କ ଶଂଖ୍ୟା ବୃଦ୍ଧି ପାଉଥିବାରୁ ଗ୍ରାମବାସିଙ୍କ ମନରେ ଏକ ଅଜଣା ଭୟ ଲାଗି ରହୁଥିଲା। ସ୍ଥାନିୟ ଡ଼ାକ୍ତରଖାନାକୁ ପରୀକ୍ଷା ନିମନ୍ତେ ଆସି ବହୁ ଦହଗଞ୍ଜର ଶିକାର ହେବା ସହିତ ପରୀକ୍ଷା ରୁ ମଧ୍ୟ ବଂଚୁତ ରହୁଥିବା ଅଭିଯୋଗ ଆଣିଥିଲେ। ସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରପଞ୍ଚ ନାରାୟଣ ପଧାନ ସ୍ୱାସ୍ଥ୍ୟ ବିଭାଗିୟଙ୍କ ସହ ଯୋଗାଯୋଗ କଲାପରେ ଆଜି ସାମୁହିକ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories