www.samajalive.in
Sunday, December 14, 2025
19.1 C
Bhubaneswar

ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

ଲଣ୍ଡନ: ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ-୧୯ ଟିକାକୁ ବ୍ରିଟେନ ସରକାର ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଦେଶର ମେଡିସିନ୍ସ ଆଣ୍ଡ ହେଲ୍‍ଥକେୟାର ପ୍ରଡକ୍ଟସ ରେଗୁଲେଟୋରୀ ଏଜେନ୍ସି (ଏମଏଚଆରଏ) ପକ୍ଷରୁ ଘୋଷଣା କରାଯାଇଛି। ଏହା ବ୍ରିଟେନର ବିଶେଷ ଭାବରେ ସଫଳ ହୋଇଥିବା ଟିକାକରଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବ। ବ୍ରିଟେନ ସରକାର କହିଛନ୍ତି ଯେ ଆଗାମୀ ଦିନରେ ଏହି ଏକ ପାନ ଟିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆଶା କରାଯାଉଛି। ବ୍ରିଟେନ ଇତିମଧ୍ୟରେ ଏହି ଟିକାର ୨୦ ନିୟୁତ ପାନ ପାଇଁ ବରାଦ ଦେଇସାରିଛି। ଏହି ଟିକା କୋଭିଡର ମଧ୍ୟମରୁ ଗୁରୁତର ସଂକ୍ରମଣ ପରିସ୍ଥିତିକୁ ଦୂର କରିବାୋର ୭୨ ପ୍ରତିଶତ ପ୍ରଭାବୀ ବୋଲି ଆମେରିକାରେ କରାଯାଇଥିôବା ପରୀକ୍ଷାରୁ ଜାଣିବାକୁ ମିଳିଛି। ଇତିମଧ୍ୟରେ ବ୍ରିଟେନରେ ୬୨ ନିୟୁତ ଲୋକଙ୍କର ଟିକାକରଣ କରାଯାଇସାରିଲାଣି। ମୁଖ୍ୟତଃ ଫାଇଜର ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ ଟିକା ଲୋକଙ୍କୁ ଦିଆଯାଇଛି। ଏହା ମଧ୍ୟ ମଡର୍ଣ୍ଣା ଟିକା ବ୍ୟବହାରକୁ ଅନୁମୋଦନ କରିସାରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories