www.samajalive.in
Friday, December 5, 2025
27.1 C
Bhubaneswar

ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’

ବେଜିଂ: ନିଜର ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ବାରମ୍ବାର ଦେଖିବା, ସେମାନଙ୍କୁ ଅନୁକରଣ କରିବାକୁ ଅନେକ ଭଲ ପାଆନ୍ତି। ବିଶେଷକରି ଭାରତରେ ନିର୍ମିତ ହେଉଥିବା ଚଳଚ୍ଚିିତ୍ରଗୁଡିକ ସାରା ବିଶ୍ୱରେ ଦର୍ଶକଙ୍କର ପସନ୍ଦ ହେବା ସହିତ ସେମାନଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି। ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଥିବା କିଛି ଭାରତୀୟ ଅଭିନେତାଙ୍କ ମଧ୍ୟରେ ରହିଛନ୍ତି ଶାହରୁଖ ଖାନ୍‍। ତାଙ୍କର ନିଜସ୍ୱ ଷ୍ଟାଇଲ, କଥା କହିବାର ତରିବା ଏବଂ ଅଭିନୟ ପାଇଁ କୋଟି କୋଟି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏହି ଭଲ ପାଇବାର ସୀମା ସରହଦ ନାହିଁ, ଏକଥା ସଂପ୍ରତି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ଭିଡିଓରୁ ପ୍ରତିପାଦିତ ହେଉଛି। ଏଥିରେ ଦେଖିବାକୁ ମିଳିଛି ଯେ ଏକ ଚାଇନିଜ ରିଅଲିଟି ସୋ’ରେ ଅଂଶଗ୍ରହଣ କରିଥିବା ଜଣେ ଯୁବତୀ ମୋହବତେଁ ଚଳଚ୍ଚିତ୍ରର ‘ଆଁଖେଁ ଖୁଲି’ ଗୀତଟିକୁ ଗାଉଛନ୍ତି। ଉକ୍ତ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହିତ ଐଶ୍ୱର୍ଯ୍ୟା ରାୟ ଅଭିନୟ କରିଛନ୍ତି। ସମସ୍ତଙ୍କୁ ଚକିତ କରିବା ଭଳି ଉକ୍ତ ଚାଇନା ଯୁବତୀ ଜଣକ ସଠିକ ତାଳ ଏବଂ ଉଚ୍ଚାରଣ ସହିତ ଗୀତକୁ ଗାଉଥିବା ଦେଖିବାକୁ ମିଳିଛି। ଏହା ଦେଖି କେବଳ ବିଚାରକ ମଣ୍ଡଳୀ କିମ୍ବା ଦର୍ଶକ ନୁହନ୍ତି, ବାହାରେ ଉକ୍ତ ଭିଡିଓ ଦେଖୁଥିବା ସମସ୍ତେ ଚକିତ ହୋଇଯାଇଛନ୍ତି। ଅନେକ ତାଙ୍କୁ ଏଥିପାଇଁ ପ୍ରଶଂସା କରିଥିବାବେଳେ କେହି କେହି ତାଙ୍କୁ ଚୀନର ଲତା ମଙ୍ଗେସକର ବୋଲି କହିବା ଆରମ୍ଭ କରିଦେଇଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories