www.samajalive.in
Wednesday, December 10, 2025
16.1 C
Bhubaneswar

ଭାରତୀୟ ମହିଳା କ୍ରିକେଟ୍‍ ଦଳକୁ ଟିକାର ପ୍ରଥମ ପାନ

ମୁମ୍ବଇ: ଇଂଲଣ୍ଡ ଗସ୍ତରେ ଯାଉଥିବା ଭାରତୀୟ ମହିଳା କ୍ରିକେଟ୍‍ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ କରୋନା ଟିକାର ପ୍ରଥମ ପାନ ନେଇଛନ୍ତି। ଜୁନ୍‍ ୨ରେ ଭାରତୀୟ ପୁରୁଷ କ୍ରିକେଟ୍‍ ଦଳ ସହ ମିଶି ଗୋଟିଏ ସ୍ୱତନ୍ତ୍ର (ଚାର୍ଟର) ବିମାନରେ ଭାରତୀୟ ମହିଳା କ୍ରିକେଟ୍‍ ଦଳ ଇଂଲଣ୍ଡ ଗସ୍ତରେ ଯିବ। ଏହି ଗସ୍ତରେ ଘରୋଇ ଇଂଲଣ୍ଡ ଦଳ ବିରୋଧରେ ମିତାଲି ରାଜ୍‍ଙ୍କ ନେତୃତ୍ୱାଧୀନ ଦଳ ଜୁନ୍‍ ୧୬ରୁ ବ୍ରିଷ୍ଟଲରେ ଏକ ଗୋଲାପି ବଲ୍‍ ଟେଷ୍ଟମ୍ୟାଚ୍‍ ଖେଳିବା ପରେ ୨ଟି ଟ୍ୱେଣ୍ଟି୨୦ ଏବଂ ୩ଟି ମ୍ୟାଚ୍‍ର ଦିନିକିଆ ସିରିଜ୍‍ ଖେଳିବ। ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ଭାରତୀୟ ମହିଳା କ୍ରିକେଟ୍‍ ଦଳର କିଛି ଖେଳାଳି ଓ ସପୋର୍ଟ ଷ୍ଟାଫ୍‍ ସେମାନଙ୍କ ସହରରେ କରୋନା ଟିକା ନେଇଥିଲେ। ତେବେ ଇଂଲଣ୍ଡ ଯିବା ପୂର୍ବରୁ ସେମାନେ ସଂଗରୋଧରେ ଥିବା ବେଳେ ଯେଉଁମାନେ ଆଦୌ ଟିକା ନେଇନାହାନ୍ତି; ସେମାନଙ୍କୁ କୋଭିସିଲ୍‍ଡର ପ୍ରଥମ ପାନ ଦିଆଯାଇଛି।

ଇଂଲଣ୍ଡରେ ଥିବା ବେଳେ ସେମାନଙ୍କୁ ୨ୟ ପାନ ଟିକା ନେବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଇଂଲଣ୍ଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ବିସିସିଆଇ କଥାବାର୍ତ୍ତା କରିଛି। ସେହିପରି ଭାରତୀୟ ପୁରୁଷ କ୍ରିକେଟ୍‍ ଦଳର ଅଧିକାଂଶ ସଦସ୍ୟ ମାନଙ୍କ ସହରରେ କୋଭିଡ୍‍-୧୯ ଟିକାର ପ୍ରଥମ ପାନ ନେଇ ସାରିଛନ୍ତି। ଅନ୍ୟମାନେ ମୁମ୍ବଇରେ ସଂଗରୋଧରେ ଥିବା ବେଳେ ୨ୟ ପାନ ନେଇଛନ୍ତି। ଇଂଲଣ୍ଡରେ ଥିବା ବେଳେ ସେମାନେ ୨ୟ ପାନ ଟିକା ନେବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories