www.samajalive.in
Saturday, December 6, 2025
26.1 C
Bhubaneswar

ଆବଦ୍ଧାଞ୍ଚଳ ପାଇଁ ପ୍ରଶାସନର କଡା ଆଭିମୂଖ୍ୟ

ଫୁଲବାଣୀ: କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପଜିଟିଭ ଚିହ୍ନିତ ଅଂଚଳକୁ ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଉଛି। ସଂପୃକ୍ତ ଅଞ୍ଚଳକୁ ଯାନବାହାନ କିମ୍ବା ଜନସାଧାରଣଙ୍କ ଯାତାୟତ ନଷିଦ୍ଧ ହେଉଛି। କିନ୍ତୁ ଅନେକ କ୍ଷେତ୍ରରେ ଏହି ନିୟମକୁ ଲୋକେ ଉଲ୍ଲଂଘନ କରୁଥିବା ଲକ୍ଷ୍ୟ କରାଯ।ଉଛି। ତେଣୁ ସଂକ୍ରମଣ ରୋକିବା କଷ୍ଟକର ହେଉଛି। ଏହାକୁ ଲକ୍ଷ୍ୟ କରି ଏ ଦିଗରେ କଡା ଅଭିମୂଖ୍ୟ ଗ୍ରହଣ କରିଛି କନ୍ଧମାଳ ଜିଲା ପ୍ରଶାସନ। ଏହି ଆବଦ୍ଧ ଅଞ୍ଚଳ ଉପରେ ନଜର ରଖିବା ପାଇଁ ପ୍ରଶାସନ ତରଫରୁ ୱାର୍ଡ କମିଟି ଗଠନ କରାଯାଇଛି। ଏହି କମିଟି ସଂପୃକ୍ତ ଆବଦ୍ଧ ଅଞ୍ଚଳ ଓ ଏହାର ନିକଟବର୍ତ୍ତୀ ସ୍ଥାନରେ ବସବାସ କରୁଥିବା ଜନସାଧାରଣଙ୍କ ଗତିବିଧି ଏବଂ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିବ। ଆବଦ୍ଧ ଅଞ୍ଚଳର ଲୋକେ ନିୟମ ଉଲ୍ଲଂଘନ କଲେ କମିଟି ପ୍ରଶାସନକୁ ଅବଗତ କରାଇବ। ଏଥି ସହିତ ଆବଶ୍ୟକ ପଡିଲେ ଜିଲା ପୁଲିସ ହେଲପଲାଇନ ୦୬୮୪୨-୨୫୩୬୦୯ କିମ୍ବା ଦେୟମୁକ୍ତ ୧୧୨କୁ ଜଣାଇବା ପାଇଁ ମଧ୍ୟ ଜନସାଧାରଣଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସେହିଭଳି ସଂକ୍ରମିତଙ୍କ ସ୍ୱାସ୍ଥ୍ୟରେ ଅବନତି ହେଲେ ଜିଲା ମୂଖ୍ୟ ଚିକିତ୍ସାଳୟ ଯୋଗାଯୋଗ ନଂ ୦୬୮୪୨-୨୫୩୨୨୯ କିମ୍ବା କୋଭିଡ ଚିକିତ୍ସାଳୟ ନଂ ୯୪୩୯୫୪୫୭୩ ସହ ସଂପର୍କ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।

ଆବଶ୍ୟକ ସ୍ଥଳେ କୋଭିଡ ନିୟନ୍ତ୍ରଣ କକ୍ଷ ନଂ ୦୬୮୪୨-୨୫୩୬୫୦ କିମ୍ବା ଦେୟମୁକ୍ତ ୧୦୭୭ ସହ ଯୋଗାଯୋଗ କରିବା ପାଇଁ ଜିଲା ପ୍ରଶାସନ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଆବଦ୍ଧ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ନିୟମର ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିିବିଶେଷଙ୍କ ବିରୋଧରେ ସଂକ୍ରମିତ ରୋଗ ଅଧିନିୟମ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories