Patra electronics

ମାରୁତି-୮୦୦ ରୁ ବିଦ୍ୟୁତ କାର: ଆମେରିକାରେ ୭୦ ଲକ୍ଷ ପ୍ୟାକେଜରେ ଚାକିରୀ

0

ନୂଆଦିଲ୍ଲୀ: ଜାମିଆ ମିଲିଆ ଇସଲାମିଆ(ଜେଏମଆଇ)ର ଛାତ୍ର ଅମୀର ଅଲ୍ଲୀଙ୍କୁ ଆମେରିକାର ଏକ କମ୍ପାନୀ ୭୦ ଲକ୍ଷ ଟଙ୍କା ପ୍ୟାକେଜରେ ନିଯୁକ୍ତି ଦେଇଛନ୍ତି। ଅମୀର ଜେଏମଆଇରୁ ମେକାନିକାଲ ଇଞ୍ଜିନିୟରିଂ ସମ୍ପନ୍ନ କରିବା ପରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଅମୀରଙ୍କ ପିତା ଜଣେ ଇଲେକଟ୍ରିସିୟାନ୍‍। ନିମ୍ନ ମଧ୍ୟବିତ୍ତ ଏହି ପରିବାରରୁ ଆସିଥିବା ଅମୀରଙ୍କ ପାଇଁ ଏହା ନିଶ୍ଚିତ ଖୁସୀ ଖବର। ଏପରିକି ଇଞ୍ଜିନିୟରିଂ କରିଥିବା ଛାତ୍ରଙ୍କୁ ଆମେରିକାରରେ ଏତେ ଅଧିକ ଦରମା ପ୍ରଦାନ କରାଯାଏ ନାହିଁ। ତେବେ ଅମୀର ତାଙ୍କ ବିଶେଷତ୍ୱକୁ ପ୍ରମାଣିତ କରି ଏଭଳି ପଦ ହାସଲ କରିଛନ୍ତି। ଜେଏମଆଇରେ ଅନୁଷ୍ଠିତ ସେଣ୍ଟର ଫର ଇନୋଭେସନ ଆଣ୍ଡା ଏଣ୍ଟାରପ୍ରିନିୟୋରସିପ୍‍(ସିଆଇଆଇ)ରେ ଅମୀରଙ୍କ ବୈଦ୍ୟୁତିକ କାର ତାଙ୍କୁ ଏହି ସଫଳତା ଆଣି ଦେଇଛି। ଆମେରିକାର ଫ୍ରିଜନ ମୋଟର୍ସ ୱାକ୍ସ ନାମକ କମ୍ପାନୀ ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ ଇଞ୍ଜିନିୟର ପଦରେ ନିଯୁକ୍ତି ମିଳିଛି।
ଅମୀର ୨୦୧୪ରେ ଦ୍ୱାଦଶ ପାସ କରିବା ପରେ ପାଠ ପଢା ଏକ ବର୍ଷ ପାଇଁ ବନ୍ଦ କରିବାକୁ ପଡ଼ିଥିଲା। ୨୦୧୫ରେ ବି-ଟେକ ପାଠ୍ୟକ୍ରମ ପାଇଁ ଜେଏମଆଇର ପ୍ରବେଶିକା ପରୀକ୍ଷାରେ ଅମୀର ଉତ୍ତୀର୍ଣ୍ଣ ହେବା ପରେ ଶେଷରେ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ପାଠ୍ୟକ୍ରମ ଆରମ୍ଭ କରିଥିଲେ ଅମୀର।
ଅମୀରଙ୍କ ପିତାଙ୍କ ପାଖରେ ଥିବା ଏକ ପୁରୁଣା ମାରୁତି ୮୦୦ କାରକୁ ଅମୀର ତାଙ୍କ ପାଠ୍ୟକ୍ରମର ଜ୍ଞାନକୌଶଳକୁ ବ୍ୟବହାର କରି ବୈଦ୍ୟୁତିକ କାରରେ ପରିଣତ କରି ଦେଇଥିଲେ। ଅମୀରଙ୍କ ଏହି ଉଦ୍ଭାବନକୁ ବିଗତ ବର୍ଷ ଜେଏମଆଇର ସଂସ୍ଥାପନ ଉତ୍ସବ ଅବସରରେ ପ୍ରଦର୍ଶିତ କରାଯାଇ ଥିଲା। ଅମୀରଙ୍କ ଏଭଳି କାରନାମାକୁ ଦେଶ ସମେତ ବିଶ୍ୱର ଏକାଧିକ କାର ନିର୍ମାଣ କମ୍ପାନୀ ଦେଖିଥିଲେ।

Leave A Reply