www.samajalive.in
Friday, December 5, 2025
20.1 C
Bhubaneswar

ଜୁନ୍‍ ଦ୍ୱିିତୀୟ ସପ୍ତାହରୁ ମିଳିବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ କୋଭିଡ ମୁକାବିଲା ପାଇଁ ଅନୁମୋଦନ ଲାଭ କରିଥିବା ତୃତୀୟ ଟିକା ସ୍ପୁଟନିକ ଭି ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସପିଟାଲଗୁଡିକରେ ଏହି ଟିକା ମିଳିବ ବୋଲି କହିଛନ୍ତି ଆପୋଲୋ ହସପିଟାଲ୍ସର ନିର୍ବାହୀ ଉପାଧ୍ୟକ୍ଷ ଶୋବନା କାମିନେନି। ଏହି ରୁଷୀୟ ଟିକା ନିର୍ମାତା ମଧ୍ୟ ଦିଲ୍ଲୀକୁ ଟିକା ଯୋଗାଇ ଦେବାକୁ ରାଜି ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର କରିଛନ୍ତି। ତେବେ ଟିକା କେତେ ପରିମାଣରେ ଯେ।।ଗଇ ଦିଆଯିବ, ତାହା ସଠିକ ଭାବରେ ଜଣାପଡିନାହିଁ। ଏ ସମ୍ପର୍କରେ କମ୍ପାନୀ ସହିତ  ଆଲୋଚନା ଚାଲିଥିବା କେଜରିୱାଲ କହିଛନ୍ତି। କର୍ଣ୍ଣାଟକ ସରକାର ଟିକା କ୍ରୟ ପାଇଁ ପ୍ରକାଶ କରିଥିବା ବିଶ୍ୱସ୍ତରୀୟ ଟେଣ୍ଡରର ଜବାବ ମଧ୍ୟ ମିଳିଛି। ଦୁଇଟି କମ୍ପାନୀ ରାଜ୍ୟକୁ ସ୍ପୁଟନିକ ଟିକା ଯୋଗାଇବାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ମୁମ୍ବଇ ମହାନଗର ନିଗମକୁ ସ୍ପୁଟନିକ ଭି ଟିକା ଯୋଗାଣ ପାଇଁ ୮ଟି ପ୍ରସ୍ତାବ ମିଳିସାରିଛି। କିଛିଦିନ ତଳେ ରୁଷିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡି ବାଲା ଭେଙ୍କଟେଶ ବର୍ମା କହିଥିଲେ ଯେ ରୁଷ କର୍ତ୍ତୃପକ୍ଷ ଭାରତରେ ତିନିଟି ପର୍ଯ୍ୟାୟରେ ୮୫୦ ନିୟୁତ ପାନ ଟିକା ଉତ୍ପାଦନ କରିବାକୁ ଯୋଜନା କରୁଛନ୍ତି। ଚଳିତ ମାସ ୩ ତାରିଖ ସୁଦ୍ଧା ଭାରତକୁ ପ୍ରାୟ ୨ ଲକ୍ଷ ୧୦ ହଜାର ଟିକା ଯୋଗାଇ ଦିଆଯାଇସାରିଛି। ଖୁବଶୀଘ୍ର ଏକକାଳୀନ ୩୦ ଲକ୍ଷ ପାନ ଟିକା ଯୋଗାଇ ଦିଆଯିବ। ଜୁନ ସୁଦ୍ଧା ମୋଟ ଟିକା ଯୋଗାଣ ପରିମାଣ ୫୦ ଲକ୍ଷରେ ପହଞ୍ଚିବ ଏବଂ ଭାରତରେ ଅଗଷ୍ଟ ସୁଦ୍ଧା ଟିକା ଉତ୍ପାଦନ ଆରମ୍ଭ ହେବା ଆଶା କରାଯାଉଛି। କୋଭିଡ ଭୂତାଣୁ ବିରୁଦ୍ଧରେ ସ୍ପୁଟନିକ ଭି ଟିକା ୯୭.୬% ପ୍ରଭାବ ବୋଲି ଜଣାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories