www.samajalive.in
Sunday, December 7, 2025
26.1 C
Bhubaneswar

ଗଣମାଧ୍ୟମରେ ସୁଶୀଲଙ୍କ ଖବର ପ୍ରସାରଣ ନେଇ ଆପତ୍ତି, ଶୁଣାଣି ଆଜି

ନୂଆଦିଲ୍ଲୀ: ଅଲିମ୍ପିକ୍‍ କ୍ରୀଡ଼ାରେ ୨ଟି ବ୍ୟକ୍ତିଗତ ପଦକ ଜିତିବାରେ ଏକମାତ୍ର ଭାରତୀୟ ହେଉଛନ୍ତି ମଲ୍ଲଯୋଦ୍ଧା ସୁଶୀଲ କୁମାର। ମଲ୍ଲଯୋଦ୍ଧା ସାଗର ଧନକଡ଼ଙ୍କ ଅପହରଣ ଓ ହତ୍ୟା ମାମଲାରେ ସୁଶୀଲଙ୍କୁ ପୁଲିସ୍‍ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି। ଏବେ ପୁଲିସ ଜିମାରେ ଥିବା ସୁଶୀଲଙ୍କ ଜେରା ଚାଲିଛି। ପରେ ଦୀର୍ଘଦିନ ଧରି ବିଚାର ଚାଲିବ। ଏହାପରେ ଜଣାପଡ଼ିବ ଯେ ସୁଶୀଲ ଦୋଷୀ ନା ନିର୍ଦୋଷ। ହେଲେ ଏହା ପୂର୍ବରୁ ଗଣମାଧ୍ୟମରେ ସୁଶୀଲ କୁମାରଙ୍କୁ ଖଳନାୟକ ଭାବେ ଦର୍ଶାଇବାରେ ଲାଗିଛି ଗଣମାଧ୍ୟମ। ସୁଶୀଲଙ୍କୁ ନେଇ ବିଭ୍ରାନ୍ତିକର ଓ ସତ୍ୟତା ନଥିବାର କାହାଣୀ ଗଣମାଧ୍ୟମ ପ୍ରଚାର କରୁଛି। ସାରାବିଶ୍ୱରେ ଭାରତର ଗୌରବ ମଣ୍ଡନ କରିଥିବା ଜଣେ କ୍ରୀଡ଼ାବିତ୍‍ଙ୍କ ପ୍ରତି ଏପରି ବ୍ୟବହାର ଗ୍ରହଣୀୟ ନୁହେଁ।

ଏପରି ଖବର ପ୍ରସାରଣ ଯୋଗୁଁ ସୁଶୀଲଙ୍କ କୁସ୍ତି ଜୀବନ ଓ ତାଙ୍କ ଖ୍ୟାତି ବେଶ୍‍ କ୍ଷତିଗ୍ରସ୍ତ ହୋଇଛି। ଅଦାଲତରେ ବିଚାର ହେବା ଆଗରୁ ଗଣମାଧ୍ୟମରେ ସୁଶୀଲଙ୍କୁ ଦୋଷୀ ବୋଲି ଦର୍ଶାଇ ବିଚାର କରାଯାଉଛି। ଏହାକୁ ତୁରନ୍ତ ବନ୍ଦକରିବା ଲାଗି ଗଣମାଧ୍ୟମକୁ ନିର୍ଦେଶ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି ଜଣେ ଆଇନ୍‍ ଛାତ୍ର। ଜଷ୍ଟିସ୍‍ ଡି.ଏନ୍‍. ପଟେଲ ଏହି ଆବେଦନକୁ ଗ୍ରହଣକରି ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଛତ୍ରସାଲ ଷ୍ଟାଡିୟମ୍‍ ଗଣ୍ଡଗୋଳ ମାମଲାରେ ସାଗର ଧନକଡ଼ଙ୍କ କିପରି ମୃତ୍ୟୁ ଘଟିଲା; ତାହା କେହି ଜାଣିନାହାନ୍ତି। ହେଲେ ଗଣମାଧ୍ୟମରେ ସୁଶୀଲଙ୍କୁ ଖଳନାୟକ ଦର୍ଶାଯାଉଛି ଏବଂ କୁଖ୍ୟାତ ଅପରାଧୀଙ୍କ ସହ ତାଙ୍କୁ ତୁଳନା କରାଯାଉଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories