www.samajalive.in
Sunday, December 14, 2025
26.1 C
Bhubaneswar

ଘରେ ରଖନ୍ତୁ ମୟୂରପର, ନକାରାତ୍ମକ ଶକ୍ତି ହେବ ଦୂର

ବାସ୍ତୁଶାସ୍ତ୍ରର ଉପଯୋଗିତା ଆମ ଦୈନନ୍ଦିନ ଜୀବନରେ ରହିଛି। ଆଜି ଅନେକ ବର୍ଗର ବ୍ୟକ୍ତି ଏସବୁ ନିୟମ ପାଳନ କରୁଥିବା ଦେଖାଯାଉଛି। ବିଶେଷ କରି ମହିଳାମାନେ ଏ ଦିଗ ପ୍ରତି ଅଧିକ ଯତ୍ନବାନ୍ ହେଉଛନ୍ତି।

ଘରେ ସୁଖଶାନ୍ତି ବିରାଜମାନ ନିମନ୍ତେ ବାସ୍ତୁଶାସ୍ତ୍ର ନିୟମ ପାଳନ କରିବାରେ ଆଦୌ ଅବହେଳା କରୁନାହାନ୍ତି ଏବର ଯୁବତୀ ତଥା ମହିଳା। ବାସ୍ତୁଶାସ୍ତ୍ରରେ ମୟୂର ପରର ଉପଯୋଗିତା ଯଥେଷ୍ଟ ରହିଛି।

- Advertisement -

କୌଣସି ଜରୁରୀ କାମ ସମ୍ପୂର୍ଣ୍ଣ ହେବାରେ ବାଧା ଉପୁଜୁଥିଲେ, ଶୟନକକ୍ଷର ପୂର୍ବ-ଦକ୍ଷିଣ ଦିଗରେ ମୟୂର ପର ଲଗାଇବା ଉଚିତ। ଏପରି କଲେ କାର୍ୟ୍ୟଟି ସମ୍ପୂର୍ଣ୍ଣ ହୋଇଥାଏ ବୋଲି ବାସ୍ତୁବିତଙ୍କ ମତ।

ଘର କିମ୍ବା ଦୋକାନର ଦକ୍ଷିଣ-ପୂର୍ବ ଦିଗରେ ମୟୂର ପର ଲଗାଇଲେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ।

ମୟୂର ପର ନିଜ ପାଖରେ ସବୁ ସମୟରେ ରଖିଲେ ସଫଳତା ମିଳିବା ସହ କୌଣସି ଅସୁବିଧା ଉପୁଜୁ ନଥିବାର ବିଶ୍ବାସ ରହିଛି।

ପର୍ବପର୍ବାଣୀ ହେଉ କିମ୍ବା କୌଣସି ଶୁଭ ଦିନରେ ଘରେ ଏପରି ଏକ ସ୍ଥାନରେ ମୟୂର ପର ଲଗାନ୍ତୁ, ଯେଉଁଠାରେ ଅନ୍ୟମାନଙ୍କ ଦୃଷ୍ଟିକୁ ତାହା ଆସିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories