www.samajalive.in
Saturday, December 6, 2025
14.1 C
Bhubaneswar

ୟସ୍‍ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପ୍ରାୟ ତିନିଘଣ୍ଟା ଧରି ଚାଲିବ। ଏହି ସମୟରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମଟର ଏବଂ ସ୍ଥଳ ବିଶେଷରେ ୧୫୦ କିଲୋମିଟର ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସଂପ୍ରତି ଭଦ୍ରକ ଓ ବାଲେଶ୍ୱର ଜିଲାରେ ସର୍ବାଧିକ ପବନର ବେଗ ଅନୁଭୂତ ହେଉଛି। ଏଥିସହିତ କେନ୍ଦ୍ରାପଡା ଜିଲାରେ ମଧ୍ୟ ଏହାର ପ୍ରଭାବ ପଡୁଛି। ମଧ୍ୟାହ୍ନ ସୁଦ୍ଧା ଏହା ଉପକୂଳ ଅଂଚଳ ଅତିକ୍ରମ କରିବା ପରେ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତିକରିବ। ଏହାଦ୍ୱାରା ମୟରୁଭଞ୍ଜ ଜିଲାରେ ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ପବନ ଓ ବର୍ଷା ଲାଗିରହିବ। ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱରର ଉତ୍ତର ଓ ଉତ୍ତର ପୂର୍ବକୁ ଥିବା ଆଭ୍ୟନ୍ତରୀଣ ଜିଲାଗୁଡିକ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ମୟୁରଭଞ୍ଜରେ ବର୍ଷା ଓ ପବନ ଲାଗି ରହିବା ସହିତ ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲାରେ ଗଛ ଉପୁଡିବା, ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା, କଚାଘର, ଟିଣଛପର, ଟାଇଲ ଘର ଆଦି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇ ମୟୁରଭଞ୍ଜ ଓ ପରେ ଝାଡଖଣ୍ଡ ପହଞ୍ଚିବ। କାଲି ଏହାର ପ୍ରଭାବରେ ଝାଡଖଣ୍ଡର ପୂର୍ବଭାଗରେ ଘଣ୍ଟାକୁ ୬୦ରୁ ୭୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ସହିତ ବର୍ଷା ସମ୍ଭାବନା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories