www.samajalive.in
Friday, December 5, 2025
20.1 C
Bhubaneswar

ଓଡ଼ିଶାରେ ଦିନକରେ ନୂଆ ୧୧୬୨୩ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୬୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୫୦୯ ଏବଂ ସ୍ଥାନୀୟ ସଂକ୍ରମିତ ୫୧୧୪ ଜଣ ରହିଛନ୍ତି। ଦିନକରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୦୨୧ ଜଣ ଚିହ୍ନଟ ହୋଇଛନ୍ତି।
ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୮୨୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୫୦୮, ବରଗଡ ୨୫୭, ଭଦ୍ରକ ୪୬୧, ବଲାଙ୍ଗୀର ୧୭୦, ବଉଦ ୨୦୬, କଟକ ୯୯୮, ଦେବଗଡରୁ ୮୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଢେଙ୍କାନାଳ ଜିଲାରୁ ୪୪୧, ଗଜପତି ୭୬, ଗଞ୍ଜାମ ୧୫୮, ଜଗତସିଂହପୁର ୩୧୫, ଯାଜପୁର ୫୬୦, ଝାରସୁଗୁଡା ୧୮୪, କଳାହାଣ୍ଡି ୩୫୨, କନ୍ଧମାଳ୧୪୧, କେନ୍ଦ୍ରାପଡା ୧୯୮ଏବଂ କେନ୍ଦୁଝର ଜିଲାରୁ ୧୩୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୋରାପୁଟରୁ ୨୧୮, ମାଲକାନଗିରି୭୩, ମୟୁରଭଞ୍ଜ ୨୪୯, ନବରଙ୍ଗପୁର ୩୦୦, ନୟାଗଡ ୩୧୬, ନୂଆପଡା ୫୪, ପୁରୀ ୪୬୨, ରାୟଗଡା ୨୨୩, ସମ୍ବଲପୁର୩୪୨, ସୋନପୁର ୨୬୧, ସୁନ୍ଦରଗଡ ୬୯୯ ଏବଂ ଷ୍ଟେଟପୁଲରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକରେ ୧୧୭୬୯ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ମୋଟ ୧୧୫୦୬୭୪୪ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୭୨୬୦୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧୨୯୯୩ ଜଣ ସୁସ୍ଥ ହୋଇସାରିଛନ୍ତି। ଫଳରେ ରାଜ୍ୟରେ ସଂପ୍ରତି ୧୧୦୩୭୩ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories