ସନ୍ଧ୍ୟା ୫ଟା – ମୁଖ୍ୟ ଖବର
– ୨୬ ତାରିଖ ସକାଳୁ ବାତ୍ୟାର ପ୍ରଭାବ ଉପକୂଳରେ ପଡ଼ିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ।
– ଆଜି ମଧ୍ୟ ରାତ୍ରୀରୁ ୮୦ରୁ୯୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତାକାଲି ସକାଳ ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିବ
– ପାରାଦୀପଠାରୁ ୨୨୦ କିମି ଦୂରରେ ‘ୟାସ’, ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢ଼ୁଛି
– ବାଲେଶ୍ବର ଠାରୁ ଦକ୍ଷିଣ, ଦକ୍ଷିଣ-ପୂର୍ବକୁ ୩୩୦ କିମି ଦୂରରେ , ପରବର୍ତ୍ତୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବ
– ବାତ୍ୟା ୟାସ ପ୍ରଭାବରେ ସକାଳ ୮ଟା ସୁଦ୍ଧା ପାରାଦୀପରେ ୧୬୧.୧ ମିମି ବର୍ଷା ରେକର୍ଡ, ପାରାଦୀପ ଓ ଧାମରା ପାଇଁ ୧୦ ନମ୍ବର ବିପଦ ସଙ୍କେତ ଜାରି
– ବାତ୍ୟା ୟସ ପାଇଁ ୧୦ ଜିଲାରେ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର
– ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ
– ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ
– ରାୟଗଡା ଜିଲାର ଜେକେପୁର ଠାରେ ଥିବା କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି
– ରାଉରକେଲାରେ ଭୁଷୁଡ଼ିଲା ପୁରୁଣା ବ୍ୟାଙ୍କ କଲୋନୀ କୋଠା
– ବାତ୍ୟା ମୁକାବିଲା ପାଇଁ ୪୦୪ଟି ଅଭିଜ୍ଞ ଟିମ, ୧୨ ହଜାର କୁଶଳୀ ଓ ୬ ଶହରୁ ଅଧିକ ଦଳ ପ୍ରସ୍ତୁତ
– ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ, କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ
– ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି । କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି
– ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର: ୭ ନିଖୋଜ
– ଜୁନ୍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି
– ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା
-କାଶୀପୁରରେ ପୁଣି ଜନନୀ ଯନ୍ତ୍ରଣା,ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ
– ପରଲୋକରେ ଲୋକପ୍ରିୟ ପ୍ରବଚକ ଚାରଣ ରାମ ଦାସ
– ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ କରୋନା ସଂକ୍ରମିତ ଚିହ୍ନଟ, ୩୫୧୧ ମୃତ
– ୧ଲକ୍ଷ କରୋନା ରୋଗୀଙ୍କୁ କରୋନିଲ୍ କିଟ୍ ବାଣ୍ଟିବେ ହରିୟାଣା ସରକାର
– ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍ ବେଜୋସଙ୍କୁ ପଛରେ ପକାଇଲେ
– ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ
Comments are closed.