www.samajalive.in
Sunday, December 14, 2025
16.1 C
Bhubaneswar

ଏନପିଏସ୍‍ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ନିବେଶ ହୋଇନପାରେ

ନୂଆଦିଲ୍ଲୀ: ଦେଶରେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ) ଅବସରକାଳୀନ ସଂଚୟ ନିମନ୍ତେ ଏକ ଫାଇଦାଜନକ ସାଧନ ଭାବରେ ଉଭା ହୋଇଛି। ଏହା କମ୍‍ ଖର୍ଚ୍ଚ ସାପେକ୍ଷ ଏବଂ କର୍ମଚାରୀ ଭବିଷ୍ୟନିଧି (ଇପିଏଫ) ଏବଂ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ଆଦି ଅନ୍ୟାନ୍ୟ ଅବସରକାଳୀନ ସଂଚୟ ଯୋଜନା ତୁଳନାରେ ଅଧିକ ନିବେଶ ପସନ୍ଦ ଯୋଗାଇ ଦେଉଛି। ଇପିଏଫ ଏବଂ ପିପିଏଫରେ ନିବେଶକମାନେ ସେମାନଙ୍କ ସଂଚିତ ଅର୍ଥ କେଉଁଠାରେ ବିନିଯୋଗ କରାଯିବ, ତାହା ବାଛିବାର ବିକଳ୍ପ ନଥିବାବେଳେ ଏନପିଏସ୍‍ରେ ଏହାକୁ ନେଇ ଅନେକ ବିକଳ୍ପ ରହିଛି। ବିଗତ ବର୍ଷଗୁଡିକରେ ଏନପିଏସ ପାଣ୍ଠିରୁ ମଜଭୁତ ଆୟ ମିଳିପାରିଛି। ଗତ ପାଞ୍ଚବର୍ଷରେ ଏନପିଏସ୍‍ର ଇକ୍ୱିଟି ଯୋଜନାଗୁଡିକରୁ ହୋଇଥିବା ଆୟ ୧୪.୫୦%ରୁ ୧୫.୮୦% ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ସରକାରୀ ବଣ୍ଡ୍‍ ଫଣ୍ଡ ଏବଂ ଡେବ୍‍ଟ ଫଣ୍ଡରୁ ମାତ୍ର ୧୦.୨୯%ରୁ ୧୧.୯୦% ଆୟ ଗତ ପାଞ୍ଚବର୍ଷରେ ମିଳିଛି। ଇପିଏଫ ଏବଂ ପିପିଏଫ୍‍ରୁ ଏଭଳି ଆୟ ଆଶା କରାଯାଇପାରିବ ନାହିଁ। ଏନପିଏସର ଆଉ ଏକ ଫାଇଦା ହେଉଛି ଟିକସ ସୁବିଧା। ଏନପିଏସ ହିତାଧିକାରୀମାନେ ଆୟକର ଆଇନର ୮୦ସି ଧାରାରେ ସର୍ବାଧିକ ଟିକସ ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି। ଏତେସବୁ ସୁବିଧା ସୁଯୋଗ ମଧ୍ୟରେ ଏନପିଏସ ସମସ୍ତଙ୍କ ପାଇଁ ସର୍ବୋତ୍ତମ ଅବସରକାଳୀନ ସଂଚୟ ବିକଳ୍ପ ହୋଇନପାରେ। ପିପିଏଫ ଏବଂ ଇପିଏଫ୍‍ରେ ବାର୍ଷିକ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଟିକସ ଛାଡ ସୁବିଧା ମିଳୁଥିବାବେଳେ ଏନପିଏସ୍‍ର ପରିପକ୍ୱ ରାଶି ସଂପୂର୍ଣ୍ଣ ଭାବରେ ଟିକସମୁକ୍ତ ନୁହେଁ। ଜଣେ ଅବସର ସମୟରେ ଏନପିଏସରେ ଜମାଥିବା ମୋଟ ପାଣ୍ଠିର ସର୍ବାଧିକ ୬୦% ଟିକସମୁକ୍ତ ଭାବରେ ଉଠାଇ ପାରିବେ ଏବଂ ଅବଶିଷ୍ଟ ୪୦%କୁ ଆନ୍ୟୁଇଟି କ୍ରୟ ନିମନ୍ତେ ନିବେଶ କରିବାକୁ ହୋଇଥାଏ। ଯାହା କିଛି ପରିମାଣରେ ପ୍ରାକ-ଟିକସ ଆୟ ଦେଇଥାଏ। ସଂପ୍ରତି ଆନ୍ୟୁଇଟି ପ୍ଲାନଗୁଡିକରୁ ପ୍ରାକ-ଟିକସ ଆୟ ୩.୫ରୁ ୬% ମିଳୁଛି। ଆନ୍ୟୁଇଟି ଆୟ ଉପରେ ମଧ୍ୟ ଟିକସ ଲାଗୁ କରାଯାଉଛି। କିନ୍ତୁ ଜଣେ ଅନ୍ୟ ଯୋଜନାରେ ନିବେଶ କଲେ ତାହାଠାରୁ ଅଧିକ ଆୟ ପାଇପାରିବେ। ଏନପିଏସର ଆଉ ଏକ ଅସୁବିଧା ହେଉଛି, ଏହାର ଦୀର୍ଘ ଲକ୍‍-ଇନ ଅବଧି। ଏନପିଏସରେ ନିବେଶ କରାଯାଉଥିବା ପାଣ୍ଠିକୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ରଖିବାକୁ ହେବ। ଯଦିଓ ଜଣେ ରଖୁଥିବା ଅର୍ଥର ୨୫% ପର୍ଯ୍ୟନ୍ତ ପ୍ରତ୍ୟାହାର କରିବା ଅନୁମତି ରହିଛି ତେବେ ଏହା ଉଚ୍ଚଶିକ୍ଷା, ପିଲାଙ୍କ ବିବାହ ଅଥବା କିଛି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ଭଳି କ୍ଷେତ୍ରରେ ଦିଆଯାଉଛି। ସେଥିପାଇଁ ଏନପିଏସ ସର୍ବୋତ୍ତମ ଅବସରକାଳୀନ ନିବେଶ ବିକଳ୍ପ ହୋଇନପାରେ ବୋଲି କିଛି ଅର୍ଥନୀତିଜ୍ଞ ମତ ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories