www.samajalive.in
Friday, December 12, 2025
23.1 C
Bhubaneswar

ବୁର୍ଲାରେ କରୋନା କଟକଣାକୁ ଫୁ….ଶୋଭାଯାତ୍ରାରେ ଅନେକ ଲୋକ, ପୁଲିସ ନିରବଦ୍ରଷ୍ଟା

ବୁର୍ଲା: ବର୍ତ୍ତମାନ କରୋନା ମହାମାରୀକୁ ପ୍ରତିହତ କରାଯିବା ପାଇଁ ସରକାର କଟକଣା ଜାରି କରିବା ସହିତ ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି। ପୁଲିସ ପକ୍ଷରୁ କୌଣସି ସ୍ଥାନରେ ଶୋଭାଯାତ୍ରା ପାଇଁ ଅନୁମତି ମଧ୍ୟ ଦିଆଯାଉନାହିଁ। ଏଭଳି ଭୟାବହ କରୋନା ସଂକ୍ରମଣ ସ୍ଥିତିରେ ବୁର୍ଲା ସହରରେ ଖୋଲାଖୋଲି ଭାବରେ ଏକ ବିବାହ ପାଇଁ ବିଧି ଅନୁଯାୟୀ ଦେବ ନିମନ୍ତ୍ରଣ ବା ପାଣିପଲଟା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ଶତାଧିକ ମହିଳା ପୁରୁଷ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ସ୍ପଷ୍ଟ ଦିବାଲୋକରେ ମହତାବ ନଗର ମୂଖ୍ୟ ରାସ୍ତାରେ ଏହି ଶୋଭାଯାତ୍ରା ଯାଉଥିବା ବେଳେ ପୁଲିସ କିଭଳି ଭାବରେ ଏହା ବିଷୟରେ ଅବଗତ ହୋଇ ପାରିଲା ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି। ଏହାକୁ ନେଇ ବୁର୍ଲା ଥାନାଧିକାରୀ କମଳ ପଣ୍ଡାଙ୍କୁ ଯୋଗାଯୋଗ କରାଯିବାରୁ ମହତାବ ନଗର ଅଞ୍ଚଳରେ ଏଭଳି କିଛି ଘଟିଥିବା ଖବର ସଂନ୍ଧ୍ୟାରେ ଆସିଛି ତେବେ ଘଟଣାର ତଦନ୍ତ ଚାଲିଥିବା ସୁଚନା ଦେଇଛନ୍ତି।

ସୂଚନା ଥାଉ କି ବୁର୍ଲା ସହର ମହତାବ ନଗର ଅଞ୍ଚଳରେ ଆଜି ଦିନ ସମୟରେ ଏକ ବିବାହ ପାଇଁ ପାଣିପଲଟା ଶୋଭାଯାତ୍ରା ଚାଲିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବଲି ଭାଇରାଲ ହେବାରେ ଲାଗିଛି। ତେବେ କରୋନା କଟକଣା ସତ୍ୱେ ମଧ୍ୟ ଏଭଳି ଏକ ବଡଧରଣର ଶୋଭାଯାତ୍ରା କିଭଳି ସହର ମଧ୍ୟରେ ଅନୁଷ୍ଠିତ ହେଲା ବୋଲି ଚର୍ଚ୍ଚା ହେଉଛି। ଗୋଟିଏ ପଟେ ବୁର୍ଲା ପୁଲିସ କରୋନା କଟକଣାକୁ ଉଲ୍ଲଘଂନ କରୁଥିବା ଅଧାରରେ ବିଭିନ୍ନ ବାଇକ ଚାଲକ ମାନଙ୍କ ଠାରୁ ପ୍ରତିଦିନ ଫାଇନ ଆଦାୟ କରୁଥିବା ବେଳେ ଏଭଳି ଏକ ଶୋଭାଯାତ୍ରା ବିଷୟରେ ନ ଜାଣିବା ଘଟଣା ସ୍ତାନିୟ ସଚେତନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଶୋଭାଯାତ୍ରାରେ ସାମିଲ ହୋଇଥିବା ବାସୀନ୍ଦାଙ୍କ ମୁହଁରେ କୌଣସି ମାଷ୍କ ମଧ୍ୟ ନ ଥିବା ଦେଖିବାକୁ ମିଳିଛି। ତେବେ ବୁର୍ଲା ସହରରେ ଏଭଳି କରୋନା କଟକଣାକୁ ଉଲ୍ଲଙ୍ଘନ କରିବାକୁ ନେଇ ସଚେତନ ବର୍ଗରେ କରୋନା ସଂକ୍ରମଣକୁ ନିଆଁକୁ ଘିଅ ସଦୃଶ ହେବ ନାହିଁତ ବୋଲି ମତପ୍ରକାଶ ପାଉଛି।

Hot this week

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

Related Articles

Popular Categories