www.samajalive.in
Friday, December 12, 2025
14.1 C
Bhubaneswar

ଆଠଗଡ ବିଜେପିର କରୋନା ସଚେତନତା

ଆଠଗଡ: ଆଠଗଡ ଭାରତୀୟ ଜନତା ପାର୍ଟି ପକ୍ଷରୁ ରବିବାର ସହରାଞ୍ଚଳର ୧୪ନଂ ୱାର୍ଡ ଅନ୍ତର୍ଗତ ଶବରସାହିରେ ଲୋକଙ୍କୁ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସଚେତନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟ ଓ ଅନ୍ୟ ବିଜେପି ନେତାମାନେ ଶବର ସାହିରେ ଘରକୁ ଘର ବୁଲି ଲୋକଙ୍କୁ କରୋନା ମହାମାରୀରୁ ନିଜକୁ ନିଜ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ଲାଗି ସଚେତନ କରିଥିଲେ। ଅଯଥାରେ ବାହାରେ ନବୁଲିବା, ବାହାରକୁ ଗଲାମାତ୍ରେ ସଠିକ୍‍ ଭାବେ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରଖିବା ଏବଂ ନିୟମିତ ନିଜ ହାତକୁ ସାବୁନରେ ବାରମ୍ବାର ଧୋଇବା ଲାଗି ସେମାନେ ପରାମର୍ଶ ଦେବା ସହ ମାସ୍କ ବଣ୍ଟନ କରିଥିଲେ।

ଏଥିସହିତ ଶବରସାହିର ସବୁ ଲୋକଙ୍କୁର ଡିଜିଟାଲ ଥର୍ମାଲ ସ୍କାନର ଦ୍ୱାରା ଜ୍ୱର ମାପିବା ଏବଂ ପଲ୍ସ ଅକ୍ସିମିଟରରେ ଅମ୍ଲଜାନସ୍ତର ବିଜେପି ନେତାମାନେ ମାପିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଡାକ୍ତରଖାନାରେ ନିଜର କରୋନା ପରୀକ୍ଷା କରାଇ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ କୁମାର ସେଠୀ, ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ, ଉପସଭାପତି ପ୍ରଦୀପ ମହାପାତ୍ର ଏବଂ ଶବର ସାହିର ମହେଶ୍ୱର ନାଏକ ସହଯୋଗ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories