www.samajalive.in
Friday, December 12, 2025
15.1 C
Bhubaneswar

ନିୟମଗିରୀବାସୀଙ୍କ ଥର୍ମାଲଟେଷ୍ଟ ଆରମ୍ଭ, ଅମଠାପଦରରେ ୩ ଆକ୍ରାନ୍ତ ଚିହ୍ନଟ

ଲାଞ୍ଜିଗଡ଼: କରୋନା କବଳରୁ ବର୍ତ୍ତି ନାହାନ୍ତି କଳାହାଣ୍ଡି ଜିଲ୍ଲାର ଦୁର୍ଗମ ନିୟମଗିରୀ ଅଗମ୍ୟ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ,ଝରଣୀଆ ଓ କୁଟିଆକନ୍ଧ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ନିୟମଗିରୀରେ ଥିବା କିଛି ଗାଁରେ କରୋନା ଛୁଇଁବା ପରେ ଏବେ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇ ଆଶାକର୍ମି, ଅଙ୍ଗନବାଡି କର୍ମୀ ଓ ଶିକ୍ଷକମାନଙ୍କୁ ନେଇ ଥର୍ମାଲ ସ୍କ୍ରନିଙ୍ଗ ଓ ଅକ୍ସିଜନ ଜାଞ୍ଚ ଯୋରସରରେ ଚାଲିଛି। ଲାଞ୍ଜିଗଡ କୋଭିଡ ନୋଡାଲ ଅଫିସର ଅରବିନ୍ଦ ରାଏ, ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପ୍ରୋଜେକ୍ଟ ମ୍ୟାନେଜର ଲମ୍ବଧର ପ୍ରଧାନ, ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି ପ୍ରମୁଖ ନିୟମଗିରୀ ଅଞ୍ଚଳର ବିଭିନ୍ନ ଅଞ୍ଚଳର ଗାଁ ମାନଙ୍କୁ ଯାଇ ସର୍ଭେ କରିଥିବା ବେଳେ ଅମଠାପଦର ଗାଁର କିଛି ଲୋକଙ୍କୁ ସନ୍ଦେହ କରାଯାଇଥିଲା।

ଗତକାଲି ସନ୍ଧ୍ୟାରେ ଲାଞ୍ଜିଗଡ ସ୍ୱାସ୍ଥ୍ୟ ଅଧିକାରୀ ଭବାନି ଶଙ୍କର ଲେଙ୍କା ଓ ଡ.ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ଏକ ଟିମ ସେ ଗାଁକୁ କରୋନା ଟେଷ୍ଟ କରିବା ପାଇଁ ପହଞ୍ଚି ଥିଲେ। ହେଲେ ଗାଁ ଲୋକେ ସମ୍ପୁର୍ଣ୍ଣ ମନା କରିଦେଇଥିଲେ। ବ୍ଲକ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହିତ ଝଗଡା ମଧ୍ୟ ହୋଇଥିଲା। ପରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ଅନେକ ବୁଝାସୁଝା କରିବା ପରେ ଟେଷ୍ଟିଙ୍ଗ କାମ ଆରମ୍ଭ ହୋଇଥିଲା। ଅମଠାପଦର ଗାଁର ତିନିଜଣଙ୍କୁ ଅଣ୍ଟିଜେନ କିଟ୍‍ରେ ପରୀକ୍ଷା କରିବା ପରେ ପୋଜିଟିଭ ଚିହ୍ନଟ କରିଥିଲା ସ୍ୱାସ୍ଥ୍ୟ ବିଭାଗ। କରୋନା ଆକ୍ରାନ୍ତ ଲୋକଙ୍କୁ ତ୍ରିଲୋଚନପୁର ସ୍ଥିତ ଟିଏମ୍‍ସି ସେଣ୍ଟରରେ ରହିବା ପାଇଁ କୁହା ଯାଇଥିଲା। ହେଲେ ସେମାନେ ରହିବା ପାଇଁ ସମ୍ପୁର୍ଣ୍ଣ ମନା କରିଦେଇଥିଲେ। ପରେ ସେମାନେ ହୋମ ଆସୁଲେସନରେ ରହିଥିଲେ।

- Advertisement -

କୁଟିଆକନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇଦେବା ସହ ଔଷଧ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି। ଅମଠାପଦରରେ ତିନିଜଣଙ୍କ ପୋଜିଟିଭ ବାହାରିବା ପରେ ଅଖପାଖ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସଚେତନତା କରାଯାଉଛି। ଅଶାକର୍ମି ଓ ଅଙ୍ଗନବାଡିକର୍ମି ମାନେ ଡୋର ଟୁ ଡୋର ସର୍ଭେ କରି ସଚେତନତାର ବାର୍ତ୍ତା ଦେଉଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories