www.samajalive.in
Friday, December 12, 2025
23.1 C
Bhubaneswar

ରାଜ୍ୟକୁ ଦିଆଯାଉଛି ବିଦେଶରୁ ଆସୁଥିବା କରୋନା ସହାୟତା

କୋଭିଡ୍‍ ମହାମାରୀ ମୁକାବିଲା ନିମନ୍ତେ ବାହାର ଦେଶରୁ ଆସୁଥିବା ସହାୟତା ଗୁଡ଼ିକୁ ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ଯୋଗାଇ ଦେଉଛନ୍ତି। ଏ ପର୍ଯ୍ୟନ୍ତ ୧୫ ହଜାର ୫୬୭ଟି ଅକ୍ସିଜେନ୍‍ କନ୍‍ସେଣ୍ଟ୍ରେଟର୍‍, ୧୫ ହଜାର ୮୦୧ଟି ଅକ୍ସିଜେନ୍‍ ସିଲିଣ୍ଡର, ୧୯ଟି ଅକ୍ସିଜେନ୍‍ ଜେନେରେସନ୍‍ ପ୍ଲାଣ୍ଟ୍‍ ଏବଂ ୧୦ ହଜାର ୯୫୦ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି।

ବାହାର ଦେଶରୁ ଆସୁଥିବା ମେଡିକାଲ୍‍ ଉପକରଣ ଗୁଡ଼ିକୁ ତାଲିକାଭୁକ୍ତ କରି ଆବଶ୍ୟକତା ଅନୁଯାୟୀ ରାଜ୍ୟଗୁଡ଼ିକୁ ପଠାଇବା ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଗତ ମାସ ୨୬ରୁ ଏହି କମିଟି ମାଧ୍ୟମରେ ସମସ୍ତ ମେଡିକାଲ୍‍ ସାମଗ୍ରୀର ଯୋଗାଣ ସୁନିଶ୍ଚିତ କରାଯାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories