www.samajalive.in
Monday, December 15, 2025
27.1 C
Bhubaneswar

ଗୁଇନ୍ଦାଗିରି ପାଇଁ ଗୁଗୁଲ ନାମରେ ମାମଲା

ନୂଆଦିଲ୍ଲୀ: ଆପଣଙ୍କ ଦୈନନ୍ଦିନ ଜୀବନ ଉପରେ ନଜର ରଖୁଛି ଗୁଗୁଲ। ଏପରିକି ଆପଣଙ୍କ ଆଗ୍ରହ, ପସନ୍ଦ ଓ ଗମନାଗମନ ଉପରେ ଗୁଗୁଲ ଗୁଇନ୍ଦାଗିରି କରୁଛି ବୋଲି ସାନ ଫ୍ରାନ୍‍ସିସ୍‍କୋ କୋର୍ଟରେ ମାମଲା ରୁଜୁ ହୋଇଛି। କୋଟିକୋଟି ଲୋକଙ୍କ ଆଇ-ଫୋନ ଓ ଆଣ୍ଡ୍ରୋଏଡ ଫୋନର ଲୋକେସନ ଟ୍ୟାବକୁ ବନ୍ଦ ରଖିଲେ ମଧ୍ୟ ଗୁଗୁଲ ଉକ୍ତ ଫୋନ୍‍ ବ୍ୟବହାରକାରୀଙ୍କ ଗମନାଗମନ ସମ୍ପର୍କିର୍ର୍ର୍ତ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗକୁ ଭିତ୍ତି କରି ଏହି ମାମଲା ରୁଜୁ ହୋଇଛି। କାଲିଫର୍ଣ୍ଣର୍ିଆର ଗୋପନୀୟତା ଆଇନକୁ ଗୁଗୁଲର ଏଭଳି ବ୍ୟବସ୍ଥା ବିରୋଧାଚରଣ କରୁଥିବାରୁ ଗୁଗୁଲକୁ ଆଗାମୀ ଦିନରେ ଏଥିପାଇଁ ଦଣ୍ଡିତ ହେବାର ସମ୍ଭାବନା ଦେଖା ଦେଇଛି।
ଆଣ୍ଡ୍ରୋଏଡ ଓ ଆଇ ଫୋନରେ ଜଣେ ବ୍ୟକ୍ତି ତାଙ୍କ ସ୍ଥାନ ସମ୍ପର୍କରେ ଜାଣିବାକୁ ଚାହୁଁଥିଲେ ଏଥିପାଇଁ ଲୋକେସନ ଟ୍ୟାବକୁ ଖୋଲିବାକୁ ପଡ଼ି ଥାଏ। ଏହି ଟ୍ୟାବ ଖୋଲିବା ପରେ ବ୍ୟକ୍ତିଜଣକଙ୍କ ପ୍ରକୃତ ସ୍ଥାନ ଗୁଗୁଲ ମ୍ୟାପରେ ଦୃଶ୍ୟମାନ ହୁଏ। ଏଭଳି ବ୍ୟବସ୍ଥା ଅଜଣା ସ୍ଥାନରେ ଭ୍ରମଣ କରୁଥିବା ଲୋକଙ୍କ କ୍ଷେତ୍ରରେ ଫଳପ୍ରଦ ପ୍ରମାଣିତ ମଧ୍ୟ ହୋଇଛି। ତେବେ ଲୋକେସନ ଟ୍ୟାବକୁ ବନ୍ଦ ରଖାଗଲେ ମଧ୍ୟ ଗୁଗୁଲ ଅନ୍ୟାନ୍ୟ କିଛି ଆପ୍ଲିକେସନ ଦ୍ୱାରା ଉପଭୋକ୍ତାଙ୍କ ପ୍ରକୃତ ସ୍ଥାନ ସମ୍ପର୍କରେ ଜାଣି ପାରେ ଓ ଏହାକୁ ସଂଗ୍ରହ କରିଥାଏ ବୋଲି ଏବେ ଜଣାପଡ଼ିଛି। ଜଣେ ବ୍ୟକ୍ତିଙ୍କ ଗୋପନୀୟତା ଅଧିକାର କ୍ଷେତ୍ରରେ ଏହା ଏକ ବିପଦ ବୋଲି ଅଭିଯୋଗ ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories