www.samajalive.in
Saturday, December 6, 2025
15.1 C
Bhubaneswar

୨୪ରୁ ଜୟଶଙ୍କରଙ୍କ ୫ ଦିନିଆ ଆମେରିକା ଗସ୍ତ; ଟିକା ଯୋଗାଣ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ୨୪ ତାରିଖରେ ପାଞ୍ଚଦିନିଆ ଗସ୍ତରେ ଆମେରିକା ଯିବେ। ସୋମବାର ଦିନ ସେ ୱାଶିଂଟନରେ ଯାଇ ପହଞ୍ଚିବେ। ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତ କାଳରେ ଭାରତକୁ କୋଭିଡ ଟିକା ଯୋଗାଣ ମୁଖ୍ୟ ପ୍ରସଙ୍ଗ ହେବ ଏବଂ ତାହାସହିତ ଆମେରିକୀୟ କମ୍ପାନୀ ସହିତ ମିଶି ଭାରତରେ ଟିକା ଉତ୍ପାଦନ ମଧ୍ୟ ଆଲୋଚନାରେ ସ୍ଥାନପାଇବ ବୋଲି ଏକ ସୂତ୍ରରୁ ଜୁହାଯାଇଛି। ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସହିତ ଆଲୋଚନା କରିବେ। ଏଥିସହିତ ସେ ତାଙ୍କର ଏହି ଗସ୍ତକାଳରେ ବାଇଡେନ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ନ୍ୟୁୟର୍କରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସାକ୍ଷାତ କରିବେ। ସରକାରୀ ସୂତ୍ର ଅନୁଯାୟୀ ଜୟଶଙ୍କର ଅର୍ଥନୈତିକ ଏବଂ କୋଭିଡ ସମ୍ପର୍କିତ ସହଯୋଗ ଆଦି ମୁଖ୍ୟତଃ ଦୁଇଟି ବିଷୟରେ ଆଲୋଚନା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories