www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ, ୬ ହଜାର ଟଙ୍କା ଜରିମାନା

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡା ଗ୍ରାମରେ ଜନୈକ ବ୍ୟକ୍ତି କୋଭିଡ ନିୟମ ଉଲ୍ଲଂଘନ କରି ନିଜ ଝିଅର ବିବାହ ଉତ୍ସବ କରୁଥିବାରୁ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଅର୍ଥ ଦଣ୍ଡିତ ହୋଇଥିବା ଜଣାପଡିଛି।

ସରକାର ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଏବଂ ସଟଡାଉନକୁ ବଳବତ୍ତର ରଖିଥିବାବେଳେ ୨୫ ଜଣଙ୍କୁ ନେଇ ବିବାହ ଉତ୍ସବ ପାଳନ କରିବା ପାଇଁ ଏବଂ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ଖାଦ୍ୟ ନଖାଇ ପାର୍ସଲରେ ନେବା ପାଇଁ ନିର୍ଦେଶନାମା ଜାରି କରାଯାଇଛି । କିନ୍ତୁ ସମ୍ପୃକ୍ତ ଗ୍ରାମର କେନ୍ଦ୍ର ସରକାରଙ୍କ କର୍ମଚାରୀ ମୀର ସାହେବ ଅଲ୍ଲୀ, ପି ମୀର ମଗବୁଲ ଅଲ୍ଲିଙ୍କର ଝିଅ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅରଖପଲ୍ଲୀ ଗ୍ରାମରେ ବିବାହ ଘଟଣାକୁ ନେଇ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ଝିଅ ବିବାହ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନନେଇ କୋଭିଡ ନିୟମକୁ ଉଲ୍ଲଂଘନ କରି ଅତି ଜାକ ଜମକରେ ଏକ ହଜାରରୁ ୧୫୦୦ ଲୋକଙ୍କୁ ନିମନ୍ତ୍ରଣ କରି ବିବାହ ଉତ୍ସବ ପାଳନ କରୁଥିଲେ । ଉକ୍ତ ଉତ୍ସବକୁ କରୋନା କଟକଣା ଯୋଗୁଁ ଅଧିକାଂଶ ଗ୍ରାମବାସୀ ବିରୋଧ କରି ମଧ୍ୟ ଯାଇ ନ ଥିଲେ ।

- Advertisement -

ଖବରପାଇ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ ଏବଂ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। କିନ୍ତୁ ସେଠାରେ ସେମାନଙ୍କ ପରିବାର ଲୋକମାନେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ବିବାହ ଉତ୍ସବ ପାଇଁ କୌଣସି ଅନୁମତି ପତ୍ର ଦେଖାଇ ପାରି ନଥିବାବେଳେ ଥାନାରୁ ଆଣିବୁ କହି ଯୁକ୍ତିତର୍କ କରିଥିଲେ । ନିଜକୁ ଅସହାୟ ମନେକରି ଅତିରିକ୍ତ ତହସିଲଦାର ଘଟଣାସ୍ଥଳରୁ ଫେରି ତହସିଲଦାରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ତହସିଲଦାର ଶ୍ରୀ ମଣ୍ଡଳ ନିଜ କର୍ମଚାରୀମାନଙ୍କୁ ସାଙ୍ଗରେ ଧରି ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଇତି ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ଥାନାରେ ପହଞ୍ଚି କଳେ ବଳେ କୌଶଳେ ଅନୁମତି ପତ୍ର ହାସଲ କରିବାରେ ସକ୍ଷମ ହୋଇଥିଲେ । ସମ୍ପୃକ୍ତ ସ୍ଥାନରେ ଲୋକ ଗହଳି ଏବଂ ସାମାଜିକ ଦୂରତା ନଥିବା ଯୋଗୁ ତହସିଲଦାର କନ୍ୟାପିତାଙ୍କୁ ୧୦ହଜାର ଟଙ୍କା ଜରିମାନା କରିଥିଲେ । କିନ୍ତୁ ଝିଅର ପିତା ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରିବା ପରେ ପୋଲିସ ପ୍ରରୋଚନାରେ ଶେଷରେ ୬ ହଜାର ଟଙ୍କା ଜରିମାନା ଦେଇଥିଲେ । କିନ୍ତୁ ଅତିରିକ୍ତ ତହସିଲଦାରଙ୍କୁ ସମ୍ପୃକ୍ତ ବ୍ୟକ୍ତି ଅନୁମତି ପତ୍ର ଦେଖାଇ ପାରି ନ ଥିବାବେଳେ ଅପରାହ୍ନରେ ତହସିଲଦାରଙ୍କୁ କିପରି ଏବଂ କେଉଁଠୁ ଏତେ ଶିଘ୍ର ଆଣି ଦେଖାଇଲେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories