www.samajalive.in
Saturday, December 13, 2025
26.1 C
Bhubaneswar

୨୪ରୁ ଜୟଶଙ୍କରଙ୍କ ୫ ଦିନିଆ ଆମେରିକା ଗସ୍ତ; ଟିକା ଯୋଗାଣ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ୨୪ ତାରିଖରେ ପାଞ୍ଚଦିନିଆ ଗସ୍ତରେ ଆମେରିକା ଯିବେ। ସୋମବାର ଦିନ ସେ ୱାଶିଂଟନରେ ଯାଇ ପହଞ୍ଚିବେ। ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ତାଙ୍କର ଏହି ଗସ୍ତ କାଳରେ ଭାରତକୁ କୋଭିଡ ଟିକା ଯୋଗାଣ ମୁଖ୍ୟ ପ୍ରସଙ୍ଗ ହେବ ଏବଂ ତାହାସହିତ ଆମେରିକୀୟ କମ୍ପାନୀ ସହିତ ମିଶି ଭାରତରେ ଟିକା ଉତ୍ପାଦନ ମଧ୍ୟ ଆଲୋଚନାରେ ସ୍ଥାନପାଇବ ବୋଲି ଏକ ସୂତ୍ରରୁ ଜୁହାଯାଇଛି। ଜୟଶଙ୍କର ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ସହିତ ଆଲୋଚନା କରିବେ। ଏଥିସହିତ ସେ ତାଙ୍କର ଏହି ଗସ୍ତକାଳରେ ବାଇଡେନ ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ନ୍ୟୁୟର୍କରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସାକ୍ଷାତ କରିବେ। ସରକାରୀ ସୂତ୍ର ଅନୁଯାୟୀ ଜୟଶଙ୍କର ଅର୍ଥନୈତିକ ଏବଂ କୋଭିଡ ସମ୍ପର୍କିତ ସହଯୋଗ ଆଦି ମୁଖ୍ୟତଃ ଦୁଇଟି ବିଷୟରେ ଆଲୋଚନା କରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories