www.samajalive.in
Monday, December 15, 2025
16.1 C
Bhubaneswar

ସିଗାରେଟ୍‍ ପ୍ୟାକେଟ୍‍ରେ ରହିବ ହେଲ୍ପଲାଇନ୍‍ ନଂ

ନୂଆଦିଲ୍ଲୀ: ସିଗାରେଟ୍‍ ଓ ତମାଖୁ ପ୍ୟାକେଟ୍‍ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ସତର୍କ ସୂଚନା ସମ୍ବଳିତ ପ୍ରତୀକାତ୍ମକ ଚିତ୍ର ଜାରି କରିଛନ୍ତି। ଏଥିରେ ଟୋଲ୍‍ ଫ୍ରି ସହାୟତା ନଂ ଉଲ୍ଲେଖ ରହିବ। ଆସନ୍ତା ୧ ତାରିଖରୁ ଏହାକୁ ବାଧ୍ୟତାମୂଳକ କରାଯିବ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦେଶ ଅନୁଯାୟୀ, ପ୍ରତ୍ୟେକ ସିଗାରେଟ୍‍ ଓ ତମାଖୁ ଖୋଳ ଉପରେ ନାଲି ପ୍ରଚ୍ଛଦପଟ୍ଟରେ ଧଳା ରଙ୍ଗରେ ‘ଟବାକୋ କଜେସ୍‍ କ୍ୟାନ୍ସର(ତମାଖୁ କର୍କଟର କାରଣ)’, ‘ଟବାକୋ କଜେସ୍‍ ପେନ୍‍ଫୁଲ୍‍ ଡେଥ୍‍(ଯନ୍ତ୍ରଣାଦାୟକ ମୃତ୍ୟୁ ପାଇଁ ତମାଖୁ ହିଁ ଦାୟୀ)’ ବୋଲି ଉଲ୍ଲେଖ ରହିବା। ଏଥିସହିତ କଳା ପ୍ରଚ୍ଛଦପଟ୍ଟରେ ଧଳାରେ ‘କ୍ୱିଟ୍‍ ଟୁ ଡେ(ଆଜି ହିଁ ଛାଡ଼ନ୍ତୁ) ୧୮୦୦-୧୧-୨୩୫୬’ ବୋଲି ଉଲ୍ଲେଖ ରହିବ। ସିଗାରେଟ୍‍ ଅଭ୍ୟାସ ଛାଡ଼ିବାକୁ ଚାହୁଁଥିବା ବ୍ୟକ୍ତିମାନେ ଏହି ଟୋଲ୍‍ ଫ୍ରି ନଂ ବ୍ୟବହାର କରି ଆବଶ୍ୟକ ପରାମର୍ଶ ନେଇପାରିବେ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦୁଇ ପ୍ରକାର ସଚ୍ଚିତ୍ର ସତର୍କ ସୂଚନା ଜାରି କରାଯାଇଛି। ପ୍ରଥମ ସଚ୍ଚିତ୍ର ସୂଚନା ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଓ ଦ୍ୱିତୀୟ ସଚ୍ଚିତ୍ର ସୂଚନା ୨୦୧୯ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବ। ସିଗାରେଟ୍‍ ଓ ତମାଖୁ ପ୍ୟାକେଟ୍‍ର ୮୫% ସ୍ଥାନରେ ସଚ୍ଚିତ୍ର ସୂଚନା ରହିବା ବାଧ୍ୟତାମୂଳକ ବୋଲି ଗତ ସପ୍ତାହରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories