www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା

ଲସ ଏଞ୍ଜେଲସ: ପ୍ରେମ ପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ପ୍ରତିହିଂସା ପରାୟଣ ହୋଇ ଜୀବନ ନେବାକୁ ବି ପଛାଉ ନାହାନ୍ତି। ପ୍ରେମ ଅତୁଟ ଥିବାଯାଏ ଚାରିପଟ ଦୁନିଆ ସୁନ୍ଦର ଲାଗେ, ହେଲେ ଥରେ ସେଥିରେ ଭଟ୍ଟା ପଡିଗଲେ କେହି କିଛି ବି କରିପାରେ। ସେମିତି ଏକ ଘଟଣା ଘଟିଛି ଜଣେ ମହିଳାଙ୍କ କ୍ଷେତ୍ରରେ। ନିଜ ପ୍ରେମ ସମ୍ପର୍କକୁ ଅତୁଟ ରଖିବା ପାଇଁ ପ୍ରେମିକ ସହିତ ମିଶି ମହିଳା ଜଣକ ଏକ ତାଲା ପକାଇଥିଲେ। କିନ୍ତୁ ପ୍ରେମ ସମ୍ପର୍କ ତୁଟିଯିବା ପରେ ସେହି ତାଲା ଭାଙ୍ଗି ତାହା ନଷ୍ଟ କରିବାକୁ ମହିଳା ଜଣକ ଏକାକି ୧୦ ହଜାର କିଲୋମିଟର ଯାତ୍ରା କଲେ ଏବଂ ତାଲା ଭାଙ୍ଗିଲେ।
ଘଟଣା ଏଇ ନିକଟରେ ଘଟିଛି ଲସ ଏଞ୍ଜେଲସରେ। ଏଠାକାର ଜଣେ ମହିଳା ଲେସି ୟୁଙ୍ଗ୍‍ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସେମାନଙ୍କ ସମ୍ପର୍କ ନିବିଡ ଓ ଅତୁଟ ହେବାପାଇଁ ୨୦୧୯ରେ ଉଭୟ ଦକ୍ଷିଣ କୋରିଆ ଯାଇ ଏନ ସିଓଲ ଟାୱାରରେ ଏକ ତାଲା ପକାଇଥିଲେ। ଉକ୍ତ ସ୍ଥାନଟି ପ୍ରେମୀ ଯୁଗଳଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ, ଯେଉଁଠାକୁ ଶହ ଶହ ସଂଖ୍ୟାରେ ପ୍ରେମୀ ଯୁଗଳ ଆସି ସେମାନଙ୍କ ପ୍ରେମ ସମ୍ପର୍କ ଅତୁଟ ରଖିବାକୁ ଏକ ତାଲା ପକାଇ ଦେଇଥାନ୍ତି। ଲେସି ତାହା ହିଁ କରିଥିଲେ। କିନ୍ତୁ ନିକଟରେ ତାଙ୍କ ପ୍ରେମିକଙ୍କ ସହିତ ଲେସିଙ୍କର ସମ୍ପର୍କ ତୁଟିଗଲା। ଲେସିଙ୍କ ମନ ଏଭଳି ଭାଙ୍ଗିଗଲା ଯେ ସେ ନିଜ ହୃଦୟରୁ ତାଙ୍କ ପ୍ରେମିକଙ୍କୁ ବାହାର କରିବା ସକାଶେ ଲସ ଏଞ୍ଜେଲସରୁ ଏକାକି ବାହାରି ଦକ୍ଷିଣ କୋରିଆ ଯାତ୍ରାକଲେ। ଉଡାଜାହାଜ, ବସ, କେବୁଲ କାର ଏବଂ କିଛି ବାଟ ପାଦରେ ଚାଲି ଚାଲି ଯାଇ ସେ ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ନିଜ ସାଙ୍ଗରେ ନେଇଥିବା ହାତୁଡି, କଟର ସହାୟତାରେ ତାଲାକୁ କାଟି ନଷ୍ଟ କରିଦେଇଥିଲେ। ସମୁଦାୟ ଘଟଣାର ଏକ କ୍ଷୁଦ୍ର ଭିଡିଓ ପ୍ରସ୍ତୁତ କରି ଲେସି ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ତାଙ୍କ ଦେଖାଦେଖି ଆଉ କେତେକ ମଧ୍ୟ ଅନୁରୂପ ଭାବରେ ସେମାନେ ପକାଇଥିବା ପ୍ରେମର ତାଲା ଭାଙ୍ଗିବେ ବୋଲି ମତ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories