ନିକଟରେ ପୁରୁଣା ଦିଲ୍ଲୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ସଂଖ୍ୟାଧିକ ପ୍ରଜାତିର ଛେଳିଙ୍କ ମେଳି ହୋଇଛି। ନିକଟରେ ପାଳିତ ହେବାକୁ ଥିବା ଏକ ଉତ୍ସବ ନିମନ୍ତେ ଏମାନଙ୍କର ଆବଶ୍ୟକତା। ଏଣୁ ପୁରୁଣା ଦିଲ୍ଲୀର ମୀନା ବଜାର, ଉର୍ଦ୍ଦୁ ବଜାରରେ ଏବେ ହଜାରହଜାର ଛେଳିଙ୍କ ସହ ମାଲିକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଛେଳି ଗୋଟା ପିଛା ୧୦ହଜାର ଟଙ୍କାରୁ ଆରମ୍ଭ ହୋଇ ଦେଢ଼ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଦରରେ ବିକ୍ରି ହେଉଛି। ଗ୍ରାହକ ମହଲରେ ତୋତାପରୀ, ନାଗଫନୀ, ରାଜସ୍ଥାନୀ, ଦେଶୀ, ପଞ୍ଜାବୀ, ଅଲବରୀ ପ୍ରଜାତିର ଛେଳିର ଚାହିଦା ଅଧିକ। ଆଲିଗଡ଼ରୁ ଆସିଥିବା ଜନୈକ ବିକ୍ରେତା ବବିଙ୍କ କହିବାନୁସାରେ, ତୋତାପରୀ ଛେଳିର ଆଦର ଅନ୍ୟମାନଙ୍କଠାରୁ ଅଧିକ। ଲମ୍ବା ଓ ଚଉଡ଼ା ପ୍ରଜାତିର ଏଇ ଛେଳି ଏଥରକ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି।
Popular Categories



