www.samajalive.in
Sunday, December 14, 2025
16.1 C
Bhubaneswar

ରାଉରକେଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଖୋଲିବ ଆଉ ୪ଟି ଟିକାକରଣ କେନ୍ଦ୍ର

ରାଉରକେଲା, : ରାଉରକେଲା ସହରରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ଆଉ ୪ଟି କେନ୍ଦ୍ର ଖୋଲିବାକୁ ଯାଉଛି। ୨୦ ତାରିଖରୁ ୨ଟି କେନ୍ଦ୍ର ଖୋଲୁଥିବା ବେଳେ ୨୪ ତାରିଖରୁ ଆଉ ୨ଟି ଟିକାକରଣ କେନ୍ଦ୍ର ଖୋଲିବ। ତେଣୁ ଏହାକୁ ମିଶାଇଲେ ସହରରେ ମୋଟ ୧୨ଟି ଟିକାକରଣ କେନ୍ଦ୍ର ହେବ। ଏହି ନୂତନ ଟିକାକରଣ କେନ୍ଦ୍ର ଲାଗି ମେ’୧୯ ବୁଧବାର ଦିନ ୧୧ଟା ପରେ ସ୍ଲଟ୍ ବୁକିଂ ଆରମ୍ଭ ହେବ।

ଉଦିତ ନଗରସ୍ଥିତ ମ୍ୟୁନିସିପାଲ କଲେଜ ଏବଂ ସେକ୍ଟର- ୧୮ ସ୍ଥିତ ସୋସିଆଲ ହୋମରେ ୨୦ ତାରିଖରୁ ଯୁବ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହେବ। ସେହିପରି କୋଏଲ ନଗର ‘ସି’ ବ୍ଲକସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ଏବଂ ଷ୍ଟିଲ ଟାଉନସିପର ଆମ୍ବାଗାନସ୍ଥିତ ଭଞ୍ଜ ଭବନଠାରେ ୨୪ ତାରିଖରୁ ନୂତନ ଟିକାକରଣ କେନ୍ଦ୍ର ଚାଲିବ।

- Advertisement -

ଏହିସବୁ କେନ୍ଦ୍ରରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ। କେବଳ ୧୮-୪୪ ବର୍ଷ ବର୍ଗର ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ହିତାଧିକାରୀଙ୍କୁ ସେଠାରେ ଟିକା ଦିଆଯିବ। ଏହି ନୂତନ ୪ଟି କେନ୍ଦ୍ର ଲାଗି ମେ’ ୨୮ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏହି ଟିକାକରଣ ସୂଚୀ ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ଜାରି କରାଯାଇଥିବା ସୂଚୀ ଅନୁଯାୟୀ ଯେଉଁମାନେ ପଞ୍ଜୀକରଣ କରି ବିଭିନ୍ନ କେନ୍ଦ୍ରରେ ଟିକାକରଣ ଲାଗି ସ୍ଲଟ ପାଇଛନ୍ତି ସେମାନେ ସେହି ଅନୁଯାୟୀ ଟିକା ନେଇ ପାରିବେ।

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ଏବଂ ୪୫ ରୁ ଅଧିକ ବର୍ଗଙ୍କ ପାଇଁ ଟିକାକରଣ ଚାଲିଛି। ଟିକାଦାନ ସମୟରେ ହିତାଧିକାରୀମାନେ ତୁଣ୍ଡି ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ / ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories