ବାଟବଣା ଶିଶୁକୁ ଘରେ ଛାଡିଲେ ସମାଜସେବୀ
ପାଟଣା : ମଙ୍ଗଳବାର ସଂଧ୍ୟାରେ ବାଟବଣା ହୋଇ ଯାଇଥିବା ଜଣେ ଅଜଣା ଶିଶୁକନ୍ୟା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା – ଢେଙ୍କିକୋଟ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ । ଶିଶୁ କନ୍ୟା ଟି କାନ୍ଦୁ ଥିବା ଦେଖି ଡିଆଁନାଳୀ ଗ୍ରାମର ଯୁବସମାଜସେବୀ ତଥା ଓଡିଶା କୁଡୁମି ସେନାର ପାଟଣା ବ୍ଲକ ସାଧାରଣ ସଂପାଦକ ତ୍ରିନାଥ ମହାନ୍ତ ଶିଶୁଟିକୁ ଅଟକାଇ ପରିଚୟ ପଚାରିଥିଲେ । ଶିଶୁଟି ତାର ନାମ ଓ ଘର ଭାଲିଆଡାଳ ଗ୍ରାମରେ ବୋଲି ପରିଚୟ ଦେଇଥିଲା । ଶିଶୁ ଟି ରାସ୍ତା ଭୁଲି ଯାଇଥିବା ଜାଣି ତ୍ରିନାଥ ମହାନ୍ତ ନିଜ ସହଯୋଗୀ କୃଷ୍ଣ ମହାନ୍ତ, ଅଭିଷେକ ମହାନ୍ତ ଓ ବାସୁଦେବ ମହାନ୍ତଙ୍କୁ ଡକାଇ ଏକ ଅଟୋରିକ୍ସା ଡ଼କେଇ ବାଟବଣା ଶିଶୁକୁ ତାଙ୍କ ଘରେ ପହଞ୍ଚାଇ ନିଜର ମହାନତା ଦେଖାଇଛନ୍ତି। ତ୍ରିନାଥ ଙ୍କର ଏଭଳି କାର୍ୟ୍ୟ ପାଇଁ ତାଙ୍କୁ ଓଡ଼ିଶା କୁଡୁମି ସେନା ତରଫରୁ ଧନ୍ୟବାଦ ଜଣାଇଛନ୍ତି ।
Comments are closed.