www.samajalive.in
Saturday, December 6, 2025
23.1 C
Bhubaneswar

ବିଲ୍‍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ

ନ୍ୟୁୟର୍କ: ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ସର୍ବବୃହତ ଜନକଲ୍ୟାଣକାରୀ କାର୍ଯ୍ୟରେ ନିୟୋଜିତ ଥିବା ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ବିଶ୍ୱର ଧନାଢ୍ୟ ବ୍ୟକ୍ତି ବିଲ୍‍ ଗେଟ୍ସ ଭାରତ ପରି ବିକାଶଶୀଳ ରାଷ୍ଟ୍ରଗୁଡିକୁ କୋଭିଡ ଟିକା ପ୍ରସ୍ତୁତି ପଦ୍ଧତି ନଦେବାକୁ କହିଛନ୍ତି। ଏହା ପଛରେ ସୁରକ୍ଷାଗତ କାରଣ ରହିଥିବା ସେ ଦର୍ଶାଇଛନ୍ତି। ଗେଟ୍ସ କହିଛନ୍ତି, ଯଦିବା ବିକାଶଶୀଳ ରାଷ୍ଟ୍ରଗୁଡିକୁ ଏହି ପଦ୍ଧତି ଯୋଗାଇ ଦିଆଯାଏ ତେବେ ତାହା ତାଙ୍କର ଅନୁଦାନ ଓ ବିଶେଷ ଅଭିଜ୍ଞତା ଯୋଗୁଁ ହୋଇପାରିବ। ତେବେ ଏହା ପଛରେ ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଲାଭଖୋର ମନୋବୃତ୍ତି ନିହିତ ଥିବା ଅନେକ ମତ ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଭାରତକୁ କୋଭିଡ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଉତ୍ତମ ପ୍ରୟାସ ହେବ କି ବୋଲି ପଚାରିବାରୁ ଗେଟ୍ସ ସିଧାସଳଖ ‘ନା’ ବୋଲି କହିଥିଲେ।
ପୂର୍ବରୁ ୨୦୧୫ରେ ଗେଟ୍ସ ଏକ ଟେଡ ଟକରେ ଅଂଶଗ୍ରହଣ କରିବା ଅବସରରେ ବିଶ୍ୱକୁ ମହାମାରୀ ଆସିବା ଆଶଙ୍କା ରହିଥିବା ସୂଚନା ଦେଇଥିଲେ। ଏପରିକି ସେ କହିଥିଲେ ପରବର୍ତ୍ତୀ ଦଶନ୍ଧିରେ ଆସିବାକୁଥିବା ମହାମାରୀରେ ଛଅମାସ ମଧ୍ୟରେ ପ୍ରାୟ ୩ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବ। ଏହା ୧୯୧୮ରେ ଆସିଥିବା ମହାମାରୀ ଅନୁରୂପ ହେବ, ଯେଉଁଥିରେ ପାଖାପାଖି ୫ କୋଟିରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା। ସେଥିପାଇଁ ସମୁଦାୟ ବିଶ୍ୱ ପ୍ରସ୍ତୁତ ରହିବା ଆବଶ୍ୟକ। ତେବେ ତାଙ୍କର ଏଭଳି ମନ୍ତବ୍ୟ ପରେ ଅନେକ କଥା ଶୁଣିବାକୁ ମିଳିଥିଲା। କେହି କେହି କହିଥିଲେ ଯେ ଗେଟ୍ସ ନିଜେ ଲାବୋରେଟୋରୀରେ ଭୂତାଣୁର ସୃଷ୍ଟି କରିଥିଲେ। ଆଉ କେହି କହିଥିଲେ ଯେ ବିଲ୍‍ ଗେଟ୍ସ ଏକ ଟିକା ପ୍ରସ୍ତୁତ କରିଥିଲେ, ଯାହା ଏକ ମାଇକ୍ରୋଚିପ୍‍ ବଳରେ ସାରା ବିଶ୍ୱର ଜନସଂଖ୍ୟା ଧ୍ୱଂସ କରିବାରେ ସମର୍ଥ ହେବ। ତେବେ ଗେଟ୍ସ ଏସବୁ କଥାକୁ ମନଗଢା ଏବଂ ନିର୍ବୋଧମାନଙ୍କର କାମ ବୋଲି କହିଥିଲେ।
ଟିକା ପ୍ରସ୍ତୁତି ପଦ୍ଧତି ଦିଆନଯିବା ସମ୍ପର୍କରେ ପ୍ରକାଶ କରି ଗେଟ୍ସ କହିଥିଲେ, ଭାବନାହିଁ ଯେ ଏମିତି କିଛି ଟିକା ପ୍ରସ୍ତୁତକାରୀ କାରଖାନା ପଡିରହିଛି ଏବଂ କେବଳ ନିୟାମକ ଅନୁମୋଦନ ମିଳିଗଲେ ତାହା ଯାଦୁବିଦ୍ୟା ଭଳି ନିରାପଦ ଟିକା ତିଆରି କରେ। ନିଜ କଥା ସପକ୍ଷରେ ଯୁକ୍ତି ଦର୍ଶାଇ ଗେଟ୍ସ କହିଥିଲେ, ଗୋଟିଏ କମ୍ପାନୀ ପାଇଁ ଏକ ବିକାଶଶୀଳ ରାଷ୍ଟ୍ରକୁ ଟିକା ସ୍ଥାନାନ୍ତର କରିବା ସମ୍ଭବ ହେବନାହିଁ। ନିର୍ଦ୍ଦିଷ୍ଟ ଭାବରେ ଭାରତ କଥା ଉଲ୍ଲେଖ କରି ସେ କହିଲେ, ସମସ୍ତ ରାଷ୍ଟ୍ର ଟିକାର ନିରାପଦ ପରିବହନ ନେଇ ଚିନ୍ତିତ ନୁହନ୍ତି। ଯଦି ବା ତାହା ସମ୍ଭବ ହେଉଛି, ତାହା କେବଳ ତାଙ୍କ ଫାଉଣ୍ଡେସନର ଅନୁଦାନ ଏବଂ ବିଶେଷ ଜ୍ଞାନ ଯୋଗୁ ସମ୍ଭବ ହୋଇପାରୁଛି। ସେ ଆହୁରି ମଧ୍ୟ କହିଥିଲେ, ବିଶ୍ୱରେ ଅନେକ ଟିକା ଉତ୍ପାଦନ କାରଖାନା ରହିଛି ଏବଂ ଲୋକମାନେ ଟିକାର ନିରାପତ୍ତାକୁ ନେଇ ଅତ୍ୟନ୍ତ ଚିନ୍ତିତ ରହିଛନ୍ତି। ମନେକରାଯାଉ ଜନସନ ଆଣ୍ଡ ଜନସନ କାରଖାନାରୁ ଭାରତର ଏକ କାରଖାନାକୁ ଟିକା ସ୍ଥାନାନ୍ତର କରାଯିବ। ତେବେ ତାହା ଠିକ ଭାବରେ ପହଞ୍ଚିବ। କାରଣ ସେଥିପାଇଁ ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଅନୁଦାନ ଦେଉଛି ତଥା ଏହାର ଆବଶ୍ୟକ ଅଭିଜ୍ଞତା ରହିଛି। ଇତିମଧ୍ୟରେ ଅଷ୍ଟେଲିଆନ୍‍ ଫେୟାର ଟ୍ରେଡ ଆଣ୍ଡ ଇନଭେଷ୍ଟମେଟ ନେଟୱର୍କ ଲିମିଟେଡ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟାଜେନେକା ମଧ୍ୟର ହୋଇଥିବା ସହଭାଗିତାରେ ବିଲ୍‍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସଂପୃକ୍ତି କାରଣରୁ କୋଭିଡ ଟିକାର ମୁକ୍ତ ଆବଣ୍ଟନ ବ୍ୟବସ୍ଥା କରାଯାଇପାରୁନାହିଁ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories