www.samajalive.in
Sunday, December 7, 2025
15.1 C
Bhubaneswar

ରାଉରକେଲାରେ କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର –ପରୀକ୍ଷା , ପୃଥକୀକରଣ ଓ ତଦାରଖ ବ୍ୟବସ୍ଥା

ରାଉରକେଲା, : ରାଉରକେଲା ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଶୃଙ୍ଖଳକୁ ମୂଳରୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବିଶେଷକରି ଚିକିତ୍ସା ସହିତ ପରୀକ୍ଷା, ପୃଥକୀକରଣ ଏବଂ କମ୍ୟୁନିଟିସ୍ତରରେ ତଦାରଖ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟରେ ରାପିଡ୍ ରେସପନ୍ସ ଟିମ୍ (ଆରଆରଟି), ୱାର୍ଡ କମିଟି ଏବଂ କୋଭିଡ୍ ମନିଟରଙ୍କ ଭଳି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ବୋଲି ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି।

‘‘ମହାନଗର ନିଗମ ଅଞ୍ଚଳରେ କରୋନା ପରୀକ୍ଷା ଉପରେ ବିଶେଷ ଜୋର୍ ଦିଆଯାଉଛି। ଯେଉଁ ଅଞ୍ଚଳରୁ ଲୋକଙ୍କୁ ଭିତରେ ଅଧିକ ଲକ୍ଷଣ ଥିବାର ସୂଚନା ମିଳୁଛି ସେଠାରେ ପରୀକ୍ଷା ସଂଖ୍ୟା ବଢ଼ାଯାଉଛି। ଅଣୁ ଆବଦ୍ଧାଞ୍ଚଳରେ ମଧ୍ୟ ବ୍ୟାପକ ପରୀକ୍ଷା କରାଯାଉଛି। ଲୋକଙ୍କ ସୁବିଧା ପାଇଁ ସହରରେ ଭ୍ରାମ୍ୟମାଣ ପରୀକ୍ଷା ସୁବିଧା ମଧ୍ୟ କରାଯାଇଛି। ଅଧିକ ସଂଖ୍ୟାରେ ପରୀକ୍ଷା କରାଯିବା ଫଳରେ କରୋନା ସଂକ୍ରମଣର ମୂଳ ପାଖରେ ପହଞ୍ଚିବା ସହ ଆମେ ବିଭିନ୍ନ ସ୍ଥାନରେ ଏହି ଭୂତାଣୁକୁ ନିୟନ୍ତ୍ରଣ କରିପାରୁଛୁ ବୋଲି କହିଛନ୍ତି କମିଶନର।

- Advertisement -

ଯେଉଁ ବ୍ୟକ୍ତିମାନଙ୍କର ପଜିଟିଭ୍ ବାହାରୁଛି ସେମାନଙ୍କୁ ଡାକ୍ତରୀ ପରାମର୍ଶ ଦିଆଯାଉଛି। ହୋମ୍ ପୃଥକୀକରଣ ପାଇଁ ପରାମର୍ଶ ଦିଆଯିବା ବେଳେ ଦେଖାଯାଉଛି ଯେ, ଜଣେ ବ୍ୟକ୍ତିଙ୍କ ଘରେ ସୁବିଧା ଅଛି କି ନାହିଁ। ମୁଖ୍ୟତଃ ଅଲଗା ପ୍ରକୋଷ୍ଠ ଏବଂ ପାଇଖାନା ଥିବା ଲୋକଙ୍କୁ ଘରେ ରହି ଚିକିତ୍ସା ହେବାକୁ ପରାମର୍ଶ ଦିଆଯାଉଛି। ଆବଶ୍ୟକସ୍ଥଳେ କରୋନା ସଂକ୍ରମିତଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ ପାଇଁ ପଠାଯାଉଛି। ଗୃହ ସଂଗରୋଧ ଥିବା ବ୍ୟକ୍ତିଙ୍କ ଭିତରେ କାହାର କୌଣସି ଜଟିଳତା ଦେଖାଦେଲେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଚିକିତ୍ସା କରାଯାଉଛି। ଏହି ବ୍ୟକ୍ତିଙ୍କର ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟବସ୍ଥା ତଦାରଖ କରିବା ଲାଗି ସହରରେ ୨୫ଟି ରାପିଡ୍ ରେସପନ୍ସ ଟିମ୍ କାମ କରୁଛି। ତା’ ସହିତ ଆଶା, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତିର ସଦସ୍ୟମାନଙ୍କୁ ନେଇ କୋଭିଡ୍ ମନିଟର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆରଆରଟି ଏବଂ କୋଭିଡ୍ ମନିଟର ଘରକୁ ଘର ଯାଇ ଲୋକଙ୍କ ଅବସ୍ଥା ଓ ଚିକିତ୍ସା କଥା ବୁଝୁଛନ୍ତି। ପ୍ରତିଦିନ ୬ରୁ ୭ ହଜାର ଘରକୁ ଯାଇ ସେମାନେ ସର୍ଭେ ଓ ନିରୀକ୍ଷଣ କାର୍ଯ୍ୟ କରୁଛନ୍ତି। ଏହିସବୁ ଟିମ୍ ଘରେ ଘରେ ଥିବା ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି।

ରାଉରକେଲାରେ ଥିବା ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ତୃଣମୂଳ ସ୍ତରରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେଠାରେ ଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ନିଜ ଅଞ୍ଚଳର ଗୃହ ପୃଥକୀକରଣ ରେ ଥିବା ରୋଗୀମାନଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଆବଶ୍ୟକସ୍ଥଳେ ସେମାନେ ଲୋକଙ୍କୁ ଘରକୁ ଯାଇ କିମ୍ବା ଫୋନ ଯୋଗେ ଚିକିତ୍ସା ସହାୟତା ଯୋଗାଉଛନ୍ତି। ଏହି ସ୍ୱାସ୍ଥ୍ୟ ଦଳକୁ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ନିୟମିତ ଭାବେ ସୂଚନା ଦେଉଛନ୍ତି।

ୱାର୍ଡସ୍ତରରେ କୋଭିଡ୍ ସଂକ୍ରମଣକୁ ଜଗିବା ପାଇଁ ୱାର୍ଡ କମିଟି ଗଠନ କରାଯାଇଛି। ଏଥିରେ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଅନ୍ୟ ନାଗରିକ ରହିଛନ୍ତି। କୋଭିଡ୍ ସମ୍ପର୍କରେ ନିଜ ୱାର୍ଡର ସ୍ଥିତି ସହିତ ବାହାର ରାଜ୍ୟ ବା ସହରରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ସେମାନେ ନଜର ରଖୁଛନ୍ତି।

କୋଭିଡ୍ ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ସମ୍ପର୍କରେ ଅଧିକ ସୂଚନା ଓ ସହାୟତା ପାଇବା ଲାଗି ଲୋକେ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ ସହ ସମ୍ପର୍କ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି l

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories