www.samajalive.in
Saturday, December 6, 2025
26.1 C
Bhubaneswar

ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସଂଗୀତକାର ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏବଂ ବିଶେଷକରି ସଂଗୀତ ଓ ଚଳଚ୍ଚିତ୍ର ଜଗତ ସହିତ ସଂପୃକ୍ତ ଅନେକ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକ ସଂଘର ଉପସଭାପତି ତଥା ନିର୍ମାତା, ନିର୍ଦ୍ଦେଶକ, ଗୀତିକାର ପ୍ରଭାଂଶୁ ସାମନ୍ତରାୟ ଶୋକବାର୍ତ୍ତାରେ କହିଛନ୍ତି ଯେ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗ ଓଡ଼ିଆ ସଂଗୀତ ଶିଳ୍ପ ଓ କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରିବା ସହିତ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରକୁ ସହିବା ଶକ୍ତି ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ। ଓଡ଼ିଶାର ଆଗଧାଡିର ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଅମରେନ୍ଦ୍ର ମହାନ୍ତିଙ୍କ ବ୍ୟବହାର ଯେମିତି ମଧୁର, ତାଙ୍କ ଗୀତ ସେମିତି ମଧୁର। ସେଥିରେ ଓଡିଆତ୍ୱ ଭରି ରହିଥିଲା। କେବଳ ଚଳଚ୍ଚିତ୍ର ସଂଗୀତ ମଧ୍ୟରେ ସେ ସୀମିତ ନଥିଲେ। ଭଜନ ସମ୍ରାଟ ଭିକାରୀ ବଳଙ୍କ ପ୍ରାୟ ଗୀତର ସ୍ୱର ସେ କରିଥିଲେ। ଯାତ୍ରା ଜଗତର ସଂଗୀତକୁ ଲୋକପ୍ରିୟ କରିବାରେ ମଧ୍ୟ ବିରାଟ ଭୂମିକା ନିଭାଇଥିଲେ। ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଆମ ପରବର୍ତ୍ତୀ ପିଢି ପର୍ଯ୍ୟନ୍ତ ଅନେକଙ୍କ କଣ୍ଠରେ ଗୀତ ଗାଇବାକୁ ଦେଇ ସେ ଏକ ବିରାଟ ଇନିଂସ ଖେଳିଛନ୍ତି। ତାଙ୍କ ଭିତରେ ସଂଗୀତର ଅଫୁରନ୍ତ ସ୍ରୋତ ରହିଥିଲା। ତାଙ୍କ ବିୟୋଗ ସମୁଦାୟ ଓଡ଼ିଆ ସଂଗୀତ ଜଗତ ପ୍ରତି ଏକ ଶକ୍ତ ଧକ୍କା ପହଞ୍ଚାଇଛି। ଗୀତିକାର ଡା.ନିର୍ମଳ ନାୟକ ମଧ୍ୟ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି କହିଛନ୍ତି। ସେ କହିଛନ୍ତି, ଅକ୍ଷୟ ମହାନ୍ତିଙ୍କ ପରେ ଅମରେନ୍ଦ୍ର ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଟ୍ରେଣ୍ଡ ସେଟର ଥିଲେ। ତାଙ୍କର ଗୋଟିଏ ପରେ ଗୋଟିଏ ଗୀତ ମାଇଲଖୁଣ୍ଟ ହୋଇ ରହିଛି। ସେ ଅନେକ ଜୀବନଧର୍ମୀ ଭଜନ ମଧ୍ୟ କରିଛନ୍ତି। ସେ ଏଭଳି ଜଣେ ସଂଗୀତ ନିର୍ଦ୍ଦେଶକ ଥିଲେ, ଯିଏ ଚଳଚ୍ଚିତ୍ର, ଯାତ୍ରା ଏବଂ ଆଲବମରେ ମଧ୍ୟ ହିଟ୍‍ ଥିଲେ। ଡା. ନାୟକ ତାଙ୍କ ଶୋକବାର୍ତ୍ତାରେ ଓଡ଼ିଶାର ସଂଗୀତ ଜଗତ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଲା ବୋଲି କହିଛନ୍ତି।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories