www.samajalive.in
Sunday, December 7, 2025
16.1 C
Bhubaneswar

ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: କୋଭିଡ ସମୟରେ ସରକାର ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରିଛନ୍ତି। ରାଜ୍ୟ ପରିବହନ ବିଭାଗ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରିଛନ୍ତି । ତେବେ କେବଳ ଘରୋଇ ଆମ୍ବୁଲାନ୍ସ ପାଇଁ ଭଡ଼ା ଧାର୍ଯ୍ୟ କରାଯାଇଥିବା ଜଣା ପଡିଛି । କରୋନା ଆକ୍ରାନ୍ତଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ ଚଢା ଦର ଦାବି କରୁଥିବା ବେଳେ ପରିବହନ ବିଭାଗ ଏହି ଦର ଧାର୍ଯ୍ୟ କରିଛି। ଧାର୍ଯ୍ୟ ହୋଇଥିବା ଦର ଠାରୁ କୌଣସି ଆମ୍ବୁଲାନ୍ସ ଅଧିକ ଟଙ୍କା ଦାବି କଲେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।
ପରିବହନ ବିଭାଗର ନିଷ୍ପତି ମୁତାବକ ରୋଗୀ ପରିବହନ ପାଇଁ ମାରୁତି ଓମିନି ଆମ୍ବୁଲାନ୍ସ ଭଡ଼ା ବାବଦରେ ୭୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ମାରୁତି ଓମିନି ଲାଇଫ ସପୋର୍ଟ ଆମ୍ଭୁଲାନ୍ସ ଭଡ଼ା ଆକାରରେ ୧୦୦୦ଟଙ୍କା ଧାର୍ଯ୍ୟ ହୋଇଛି। ମହିନ୍ଦ୍ରା ବୋଲେରୋ ଶ୍ରେଣୀର ଆମ୍ବୁଲାନ୍ସ ଭଡ଼ା ୧୦୦୦ଟଙ୍କା । ମହିନ୍ଦ୍ରା ବୋଲେରୋ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୫୦୦ ଟଙ୍କା ରହିଛି । ସେହିଭଳି ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଆମ୍ବୁଲାନ୍ସ ଭଡ଼ା ୧୨୫୦ ଟଙ୍କା ହୋଇଥିବାବେଳେ ଓ୍ୱିଙ୍ଗର ଶ୍ରେଣୀଭୁକ୍ତ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୨୦୦୦ଟଙ୍କା ଧାର୍ଯ୍ୟକରାଯାଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories