www.samajalive.in
Sunday, December 7, 2025
23.1 C
Bhubaneswar

ତାଲାବନ୍ଦରେ ସ୍ବେଚ୍ଛାସେବୀ  ଅନୁଷ୍ଠାନର ପ୍ରଶଂସନୀୟ କାର୍ଯ୍ୟ 

ରେଙ୍ଗାଲି: ମାତୃଭୂମି ସ୍ବେଛାସେବୀ ସଂଗଠନ  ଓ କର୍ମଜୀବି ଏକତା ସଂଗଠନର ମିଳିତ ଆନୁକୂଲ୍ୟରେରେ କୋଭିଡ ମହାମାରୀର ତାଲାବନ୍ଦ ସମୟରେ ଖିଣ୍ଡା, ପତ୍ରା ପାଳି, ମଳଦାକୁ ମିଶାଇ ତିନୋଟି ପଞ୍ଚାୟତରେ ସରକାରୀ ସହାୟତାରୁ ବଞ୍ଚିତ ୧୦୩ ଜଣ ଗରିବ ଓ ଅସହାୟ ବୃଦ୍ଧ, ବୃଦ୍ଧା ଓ ଦିବ୍ୟାଙ୍ଗମାନଙ୍କୁ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ମାତୃଭୂମିର ସଭାପତି ହେମନ୍ତ କୁମାର ପାଣ୍ଡେ ଏବଂ କର୍ମଜୀବି ଏକତା ସଂଘଠନ ର ସଭାପତି ପିତାମ୍ବର ବିଶ୍ୱାଳ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଦୟାଦ ଲାଲ ବୀରେନ୍ଦ୍ର ସାଏ, ଉଭୟ ସଂଗଠନର କର୍ମକର୍ତ୍ତା ବିଜୟ କୁମାର ଭୋଇ, ରାକେଶ ତିୱାରୀ, କବିସୂର୍ଯ୍ୟ ରାଉତ, ଅଜୟ କୁମାର ନାଥ, ଅଶୋକ ସାହୁ, ଭଗବାନ ରୋହିଦାସ, ପ୍ରେମସାଗର ପ୍ରଧାନ, ପିଣ୍ଟୁ ରୋହିଦାସ, ପିତାମ୍ବର ରୋହିଦାସ, ଖିରୋଦ ରୋହିଦାସ, ସୁରେନ୍ଦ୍ର ରୋହିଦାସ ଆଦି ଖିଣ୍ଡା, ପଞ୍ଚାୟତର ବେହେରା ମୁଣ୍ଡା, ମତ୍ଲୁକ୍ୟାମ୍ପ, ବାବୁଖିଣ୍ଡା, ବୁଦ୍ଧିଆ ପାଳି ମୁଣ୍ଡା ପଡା, ତାଲାବିରା, ଦାନ୍ତମୁରା ଆଦି ଗ୍ରାମରେ ବୁଲି ବୁଲି ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ସେପଟେ ପତ୍ରlପାଲି ଓ ମାଲଡା ପଞ୍ଚାୟତର ଡ଼ୁମେର ମୁଣ୍ଡା, ମଳଦା, ପତ୍ରା ପାଳି ମୁଣ୍ଡପଡା, ରାମପୁର ଓ ଖଇଟ ଅଂଚଳ କୁ ରାସନ ସାମଗ୍ରୀ ବିତରଣ ରେ ସେ ଅଂଚଳ ରେ ସଂଘଠନ ତରଫରୁ କାର୍ଯ୍ୟ କରୁଥିବା ଅମିତ ନାଗ, ସନତ କୁମାର ସାହୁ, ଖଗେଶ୍ୱର ନାୟକ, ନଳିନୀ ଭୋଇ, ଲଳିତ କିସାନ, ଦିପକ ମୁଣ୍ଡା, ଧୀରେନ୍ଦ୍ର ପଧାନ ପ୍ରତିମା କୁମରା  ସାହାଯ୍ୟ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories