ଭୁବନେଶ୍ୱର: ସଂପ୍ରତି ମହାମାରୀ ସମୟରେ ଦେଶର ଚାଷୀମାନଙ୍କୁ ସାହାଯ୍ୟ କରିବା ଲାଗି ଫିନୋ ପେମେଣ୍ଟସ ବ୍ୟାଙ୍କ ମର୍ଚାଣ୍ଟ ପଏଣ୍ଟଗୁଡ଼ିକ ପ୍ରସ୍ତୁତ ରହିଛି। ଏହାର ବ୍ୟାଙ୍କିଙ୍ଗ ପଏଣ୍ଟରୁ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସ୍କିମର ହିତାଧିକାରୀମାନେ ପିଏମ୍ କିସାନ ଯୋଜନାର ଟଙ୍କା ଉଠାଇପାରିବେ। କେନ୍ଦ୍ର ସରକାର୯.୫ କୋଟିରୁ ଅଧିକ ଚାଷୀ ପରିବାରର ବ୍ୟାଙ୍କ ଖାତାରେ ସିଧାସଳଖ ୧୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଟଙ୍କା ଜମାରାଶି ସ୍ଥାନାନ୍ତର କରିଛନ୍ତି। ପ୍ରତି ହିତାଧିକାରୀ ଚାଷୀ ନିଜ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ପାଇବେ। ଡିବିଟି ହିତାଧିକାରୀମାନେ ନିକଟସ୍ଥ ଫିନୋ ପଏଣ୍ଟକୁ ଯାଇ ଟଙ୍କା ଉଠାଇ ପାରିବେ ଏବଂ ଅନ୍ୟ ବ୍ୟାଙ୍କିଙ୍ଗ କାରବାର କରିପାରିବେ। ଘର ନିକଟରେ ଥିବା କିରାନା ଦୋକାନ, ଔଷଧ ଦୋକାନ, ଦୁଗ୍ଧଜାତ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଏବଂ ଭାରତ ପେଟ୍ରୋଲିୟମ ଲିମିଟେଡ (ବିପିସିଏଲ)ର ଆଉଟଲେଟଗୁଡ଼ିକ ଫିନୋ ପଏଣ୍ଟ ଭାବେ କାର୍ଯ୍ୟ କରୁଛି। ସେଥିରେ ମାଇକ୍ରୋ ଏଟିଏମ୍ ରହିଛି ଯେଉଁଥିରେ ଆଧାର ଭିତିକ କାରବାର ସୁବିଧା ରହିଛି।
ପିଏମ୍ କିସାନ ହିତାଧିକାରୀଙ୍କ ପାଇଁ ସହଜରେ ଟଙ୍କା ଉଠାଇବା ବ୍ୟବସ୍ଥା
Popular Categories



