www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍‌ଲାଇନରେ ହେବ ଯୁକ୍ତ ଦୁଇ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ପାଠ ପଢ଼ା: ହ୍ବାଟ୍‌ସଆପ୍‌ରେ ଅପ୍‌ଲୋଡ୍‌ କରାଯିବ ଶିକ୍ଷାଦାନ ଭିଡିଓ ରେକର୍ଡିଂ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷ ଭଳି ଏଥର ବି ହେବ ଭିଡିଓ କ୍ଲାସ। ଯୁକ୍ତ ଦୁଇ ପ୍ରଥମ ବର୍ଷ ତଥା ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭିଡିଓ କ୍ଲାସ କରାଯିବ। ପୂର୍ବବର୍ଷ ଭଳି ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢ଼ାଯିବ। ଶିକ୍ଷାଦାନ ପାଇଁ ହ୍ବାଟ୍‌ସଆପ୍‌ରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓ ରେକର୍ଡିଂ ଅପ୍‌ଲୋଡ୍‌ କରାଯିବ। ଛାତ୍ରଛାତ୍ରୀମାନେ କିଭଳି ସିଧାସଳଖ ଭାବେ ହ୍ବାଟ୍‌ସଆପ୍‌ରେ ଜରିଆରେ ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପଦକ୍ଷେପ ନିଆଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଏବଂ ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଛି। ମେ ୨୧ ତାରିଖ ସୁଦ୍ଧା ଶିକ୍ଷକଙ୍କ ତାଲିକା ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶ ଜାରି କରିଛି। କରୋନା ମହାମାରୀର ଦ୍ବିତୀୟ ଲହର ଯୋଗୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ତେଣୁ ଅନ୍‌ଲାଇନରେ ଛାତ୍ରଛାତ୍ରୀମାନଙ୍କୁ କିଭଳି ଶିକ୍ଷାଦାନ କରାଯାଇପାରିବ ସେଥିନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି।


ଗତ ବର୍ଷ ମଧ୍ୟ ଏଭଳି ପଦକ୍ଷେପ ନିଆଯାଇଥିଲା। ବିଭିନ୍ନ ବିଷୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରୀଛାତ୍ରଙ୍କୁ ନେଇ ହ୍ୱାଟସ୍‌ଆପ ଗ୍ରୁପ୍ କରାଯାଇଥିଲା। ଏହା ମାଧ୍ୟମରେ ଅଧ୍ୟାପକମାନେ ଅନ୍‌ଲାଇନ କ୍ଲାସ ନେଇଥିଲେ। ଶିକ୍ଷକଙ୍କ ଦ୍ୱାରା ସବୁ ବିଷୟର ଶିକ୍ଷାଦାନର ଭିଡିଓ ରେକର୍ଡିଂ କରାଯାଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍‌ କରାଯାଇଥିଲା। ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମାଗିଲା ମେ’ ୨୧ ସୁଦ୍ଧା ଶିକ୍ଷକଙ୍କ ତାଲିକା ପ୍ରଦାନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦେଶ ଜାରି କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories