www.samajalive.in
Saturday, December 6, 2025
23.1 C
Bhubaneswar

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଘରେ ଟୀକାଦାନ ବ୍ୟବସ୍ଥା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବରିଷ୍ଠ ନାଗରିକ ତଥା ୭୦ ବର୍ଷ ବୟସରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ଯେଉଁ ମାନେ ଟୀକା କେନ୍ଦ୍ରକୁ ଯାଇପାରିବେ ନାହିଁ, ସେମାନଙ୍କୁ ସେମାନଙ୍କ ଘରେ ଟୀକାଦାନ କରାଯାଉଛି। ଏକ ସ୍ୱତନ୍ତ୍ର ଯାନ ଯୋଗେ ମେଡ଼ିକାଲ ଟିମ୍‍ ଲୋକଙ୍କ ଘରେ ପହଞ୍ଚି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କୁ ଟୀକାଦାନ କରୁଛନ୍ତି।
ଏହି କାର୍ଯ୍ୟକ୍ରମକୁ ସୋମବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁଭ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଏବଂ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବହୁ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ। ଟୀକାକରଣ ପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ଟେଲିଫୋନ୍‍ ଦିଆଯାଇଛି। ଏହି ନମ୍ବର ୭୩୨୮୦୯୯୩୨୪ରେ ଯୋଗେ ଯୋଗାଯୋଗ କରି ଲୋକେ ଏହି ସୁବିଧା ପାଇପାରିବେ। ଆଜି ପ୍ରାୟ ୧୦୦ ଜଣଙ୍କୁ ଏଭଳି ଯାନ ମାଧ୍ୟମରେ ଟୀକାଦାନ କରାଯାଉଛି। ଗତକାଲି ଠାରୁ ଯେଉଁମାନେ ଫୋନ୍‍ ମାଧ୍ୟମରେ ନାମ ପଞ୍ଜିକରଣ କରିଥିଲେ ସେମାନଙ୍କୁ ଆଜି ଟୀକା ଦିଆଯାଉଛି। ଆବଶ୍ୟକ ହେଲେ ଆସନ୍ତା କାଲି ଠାରୁ ଅଧିକ ସଂଖ୍ୟାରେ ଯାନର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories