www.samajalive.in
Saturday, December 13, 2025
27.1 C
Bhubaneswar

ଭାରତ ଚମତ୍କାର ପ୍ରଦର୍ଶନ କରିବ: ହନୁମା

ନୂଆଦିଲ୍ଲ: ଜୁନ୍‍ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲ ଖେଳାଯିବ। ସମ୍ମୁଖରେ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳ ଥିଲେ ଏହି ଫାଇନାଲ ମ୍ୟାଚ୍‍ ଲାଗି ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଚମତ୍କାର ପ୍ରଦର୍ଶନ ପାଇଁ ଆଶାବାଦୀ ବୋଲି କହିଛନ୍ତି ଭାରତୀୟ ଟେଷ୍ଟ ଦଳର ମଧ୍ୟକ୍ରମ ବ୍ୟାଟ୍‍ସମ୍ୟାନ୍‍ ହନୁମା ବିହାରୀ। ଇଂଲଣ୍ଡରେ ଥିବା ବିହାରୀ ଏବେ ୱାର୍‍ୱିକ୍‍ସାୟର ପାଇଁ କାଉଣ୍ଟି କ୍ରିକେଟ୍‍ ଖେଳୁଛନ୍ତି। ଭାରତ ଦିନିକିଆ ବିଶ୍ୱକପ୍‍ ୨ ଥର ଜିତିଥିବା ବେଳେ ୨୦୦୭ରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ଉଦ୍‍ଘାଟନୀ ସଂସ୍କରଣ ଜିତିପାରିଛି। ତେଣୁ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ ଫାଇନାଲ ଜିତି କ୍ରିକେଟ୍‍ ଇତିହାସରେ ସବୁଠାରୁ ସଫଳ ଦଳ ହେବାର ଲକ୍ଷ୍ୟ ରଖିଛି ଭାରତୀୟ ଦଳ।

ହନୁମା ବିହାରୀ କହିଛନ୍ତି, ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲ ଓ ପରେ ଘରୋଇ ଇଂଲଣ୍ଡ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜ୍‍ ଲାଗି ପ୍ରସ୍ତୁତ ହେବା ଲାଗି ପ୍ରସ୍ତୁତ ହେବା ପାଇଁ ସମସ୍ତ ପ୍ରୟାସ କରୁଛି। ବିଶେଷକରି, ଭାରତୀୟ କ୍ରିକେଟ୍‍ପ୍ରେମୀଙ୍କ ଲାଗି ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲ ଏକ ରୋମାଞ୍ଚଭରା ମ୍ୟାଟ୍‍ ହେବ। ଆମେ ଫାଇନାଲରେ ନ୍ୟୁଜିଲାଣ୍ଡର ମୁକାବିଲା କରିବୁ। ଏପରି ବାତାବରଣରେ ନ୍ୟୁଜିଲାଣ୍ଡର ମୁକାବିଲା ଅାହ୍ୱାନଭରା ହେବ। ଆମେ ଏହା ଭଲଭାବେ ଜାଣିଥିଲେ ଯେ ଏହି ଫାଇନାଲରେ ଭାରତ କିଛି ଚମତ୍କାର ଦେଖାଇବ ବୋଲି ଆମେ ଦୃଢ଼ ଆଶାବାଦୀ। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳର ବିଜୟରେ ଚମତ୍କାର ପ୍ରଦର୍ଶନ କରିଥିବା ହନୁମା ବିହାରୀ ୩ୟ ଟେଷ୍ଟରେ ଆହତ ହୋଇଥିଲେ। ଏହି ମ୍ୟାଚରେ ଭାରତ ପରାଜୟ ଦ୍ୱାରରେ ଥିବା ବେଳେ ହନୁମା ୧୬୧ ବଲ୍‍ର ମୁକାବିଲା କରି ଅଷ୍ଟ୍ରେଲିଆକୁ ଜିତିବାକୁ ଦେଇନଥିଲେ। ତାଙ୍କର ଅପରାଜିତ ୨୩ ରନ୍‍ର ଇନିଂସ ଶତକଠାରୁ ମୂଲ୍ୟବାନ ଥିଲା ବୋଲି କ୍ରିକେଟ୍‍ ବିଶେଷଜ୍ଞ କହିଥିଲେ। ଆହତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍‍ ଖେଳି ପାରିନଥିଲେ। ଏବେ ସେ ଦଳକୁ ଫେରିଛନ୍ତି। ଆନ୍ଧ୍ରପ୍ରଦେଶ ପାଇଁ ବିଜୟ ହଜାରେ ଟ୍ରଫି ଖେଳି ହନୁମା ଭଲ ପ୍ରଦର୍ଶନ କରି ପାରିନଥିଲେ। କାଉଣ୍ଟି କ୍ରିକେଟ୍‍ରେ ମଧ୍ୟ ୩୨ ଓ ୫୨ ରନ୍‍କୁ ଛାଡ଼ି ଆଉ ଦୁଇଅଙ୍କ ବିଶିଷ୍ଟ ସ୍କୋର୍‍ କରି ପାରିନାହାନ୍ତି। ଏହାକୁ ନେଇ ବିହାରୀ ବିବ୍ରତ ନୁହନ୍ତି। ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲରେ ସେ ଓ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ହନୁମା ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ; ବିଶ୍ୱ ଚମ୍ପିଆନ୍‍ସିପ ଫାଇନାଲରେ ଭାରତ ଯଦି ୫ମ ବୋଲରଙ୍କୁ ଖେଳାଏ; ତେବେ ହନୁମା ବିହାରୀଙ୍କୁ ବାହାରେ ବସିବାକୁ ପଡ଼ିବ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories