www.samajalive.in
Monday, December 15, 2025
27.1 C
Bhubaneswar

ଅସମ୍ଭାଳ ସଇଁନ୍ତଲା ସ୍ଥିତି: ୪ ଦିନରେ ୧୪୦ ସଂକ୍ରମିତ, ୧ ଲକ୍ଷ ତଣ୍ଡ ଗଣିଲେଣି ଅମାନିଆ

ସଇଁନ୍ତଲା/ବେଲଗାଁ:ସଇଁନ୍ତଲା ବ୍ଲକ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଧାରା ଭାଙ୍ଗୁ ନାହିଁ। ବିଗତ ୪ ଦିନରେ ମୋଟ ୧୪୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। ବ୍ଲକ ଅନ୍ତର୍ଗତ ସଇଁନ୍ତଲା, ବେଲଗାଁ, ଭଦ୍ରା, ଡୁଙ୍ଗରିପାଲି, ଘୁନସର, କେରମେଲି ଆଦି ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁ ନଥିବା ଦେଖାଯାଇଛି। ସବୁଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ଚଳିତ ମାସ ୧୧ରେ ୮୦, ୧୨ରେ ୧, ୧୩ରେ ୨୧, ୧୪ରେ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ପରୀକ୍ଷା ସଂଖ୍ୟା ସ୍ଥିର ଥିବା ବେଳେ ସଂକ୍ରମଣରେ ବୃଦ୍ଧି ଚିନ୍ତାର କାରଣ ସାଜିଛି। ସଇଁନ୍ତଲା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା.ସମରେନ୍ଦ୍ର ମହାପାତ୍ରଙ୍କ ତତ୍ୱାବଧାନରେ ଦୈନିକ ଗ୍ରାମାଞ୍ଚଳରେ ୪୦ରୁ ୬୦ ଓ ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଜଣଙ୍କ କରୋନା ପରୀକ୍ଷା କରାଯାଉଛି।

 

- Advertisement -

ଅଦ୍ୟାବଧି ୨୭୭ଟି ମାମଲା ସକ୍ରିୟ ରହିଥିବା ବେଳେ ସେ ମଧ୍ୟରୁ ୨୭୨ ଜଣ ଗୃହ ସଙ୍ଗରୋଧ ତଥା ୫ ଜଣଙ୍କୁ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷରେ ସଙ୍ଗରୋଧରେ ଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ତଦାରଖ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ଅନ୍ୟପଟରେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡାକଡି କରାଯାଇଛି। ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ବିଡିଓ ଦେବାଶିଷ ସାମଲ, ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ, ଏସଆଇ ରବିନ୍ଦ୍ର ସାହୁ ବିଭିନ୍ନ ଅଞ୍ଚଳରେ କଟକଣା ସୁନିଶ୍ଚିତ ସହ ୧ ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଜୋରିମାନା ଅସୁଲ ହେଲାଣି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories