www.samajalive.in
Sunday, December 14, 2025
18.1 C
Bhubaneswar

ଅଦିନିଆ ବର୍ଷାରେ ବୌଦ୍ଧଜିଲ୍ଲାରେ ୩୦ ହେକ୍ଟର ଚାଷ ଜମିରେ ରବି ଧାନ ଫସଲ ନଷ୍ଟ

ବୌଦ୍ଧ: ଶିଳ୍ପ ବିହିନ ବୌଦ୍ଧଜିଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ଚାଷୀ ଧାନ ଚାଷ ସହିତ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ, ଫଳ ପନିପରିବା.ରାଶି, ଶୋରିଷ ଆଦି ଚାଷ କରିଥିବା ବେଳେ ଧାନ ଚାଷ ହେଉଛି ସେମାନଙ୍କ ମୁଖ୍ୟ ଚାଷ। ଜିଲ୍ଲାରେ ଗତ କିଛି ଦିନ ହେବ ଅଦିନିଆ ବର୍ଷ ହେବା ଫଳରେ ପ୍ରାୟ ୩୦ ହେକ୍ଟର ଚାଷ ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଜିଲାରେ ଚଳିତ ରବି ଧାନ ଚାଷ ୨୫ ଶହ ୮୦ ହେକ୍ଟର ଚାଷ ଜମିରେ କରାଯାଇଥିଲା। ସେଥିମଧ୍ୟରୁ କଣ୍ଟାମାଳ ବ୍ଲକରେ ସର୍ବାଧିକ ୧୯ ଶହ ହେକ୍ଟର ଚାଷ ଜମିରେ ରବିଚାଷ କରାଯାଇଥିବା ବେଳେ ବୌଦ୍ଧ ବ୍ଲକରେ ୫ ଶହ ୫୦ ହେକ୍ଟର ଓ ହରଭଙ୍ଗା ବ୍ଲକରେ ଶହେ ୩୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯାଇଥିଲା। ହେଲେ ଜିଲାରେ ଅଦିନିଆ ବର୍ଷା ହେବା ଫଳରେ ପ୍ରାୟ ୩୦ ହେକ୍ଟର ଜମିରେ ହୋଇଥିବା ରବି ଫସଲ ନଷ୍ଟ ହୋଇଯାଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି।

 

- Advertisement -

ଜିଲାର ପ୍ରାୟ ସମସ୍ତ ଚାଷୀମାନେ ସେମାନଙ୍କ ରବି ଧାନ ସବୁ ଜମିରୁ କାଟି ଅମଳ କରିନେଇଥିବାବେଳେ ଅଳ୍ପ କେତେକ ସ୍ଥାନରେ ଚାଷ ଜମିରେ ଧାନ ରହିଯାଇଥିଲା। ବର୍ଷା ହେବା ଯୋଗୁଁ ଧାନ ଫସଲ ଗୁଡିକ ପାଣିରେ ପଡିଯାଇଛି। ପାଣି ଶୁଖିଲେ ଧାନ ସବୁ ଅମଳ ହୋଇ ପାରିବ। ବିଶେଷ କରି ଜିଲାର କଂଟାମାଳ ବ୍ଲକର ଖଟଖଟିଆ ଓ ପୋଲସାଗୋରା ଅଂଚଳରେ ଅଦିନିଆ ବର୍ଷା ଯୋଗୁଁ ରବି ଧାନ ଫସଲ ଅଧିକ ନଷ୍ଟ ହୋଇଥିବା ଜିଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଜିଲାର ଭୌଗଳିକ ସ୍ଥିତିକୁ ଦେଖିଲେ ୩ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ୮୫ ହଜାର ୧୮୦ ହେକ୍ଟର ଜମିରେ ଚାଷ କରାଯାଇଥାଏ। ଚଳିତ ବର୍ଷ ଜିଲାରେ ୨୫ ଶହ ୮୦ ହେକ୍ଟର ଚାଷ ଜମିରେ ରବି ଧାନ ଚାଷ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories