www.samajalive.in
Monday, December 8, 2025
20.1 C
Bhubaneswar

ଜଳବିଭାଜିକା ମିଶନ ପ୍ରକଳ୍ପ ନିର୍ଦେଶକଙ୍କ କରୋନାରେ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲା ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ପୂଣ୍ୟଶ୍ଲୋକ ପଟ୍ଟନାୟକଙ୍କ ଶୁକ୍ରବାର ଦିନ କରୋନାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ଖବର ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲାର ପୂର୍ବତନ ପ୍ରକଳ୍ପ ନିର୍ଦେଶକ ରାଘବ ମଲ୍ଲିକଙ୍କ ବଦଳି ପରେ ସମ୍ବଲପୁରରେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକ ନୂତନ ପ୍ରକଳ୍ପ ନିର୍ଦେଶକ ଭାବେ ଗତ ଅପ୍ରେଲ ୧୬ ତାରିଖରେ ବୌଦ୍ଧ ଜିଲାର କାର୍ଯ୍ୟଭାର ଗ୍ରହଣ କରିଥିଲେ। କାର୍ଯ୍ୟରେ ଯୋଗଦେବା ପରେ ୨୦ ତାରିଖ ଦିନ ସେ ସମ୍ବଲପୁର ଯାଇଥିଲେ। ସେଠାରେ ସେ କରୋନା ପଜିଟିଭ୍‍ ହେବା ସହ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

 

- Advertisement -

ଏହି ଖବର ପ୍ରଶାସନିକ ଅଧିକାରୀସ୍ତରରେ ପହଞ୍ଚିବା ପରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ଗ୍ରାମ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦେଶିକା ବବିତାରାଣୀ ଦଳବେହେରା, ଉପଜିଲାପାଳ ଅଶ୍ୱନୀ କୁମାର ମେହେରଙ୍କ ସମେତ ସମସ୍ତ ଅଧିକାରୀ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସୂଚନା ଯୋଗ୍ୟଯେ, ଜଳବିଭାଜିକା ମିଶନ କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ ପ୍ରଶାନ୍ତ କୁମାର ପ୍ରଧାନ ଓ ସନ୍ତୋଷ ମହାକୁଡ ନିକଟରେ ମୃତ୍ୟୁର ଶୀକାର ହୋଇଥିବାବେଳେ ନବନିଯୁକ୍ତ ପ୍ରକଳ୍ପ ନିର୍ଦେଶକଙ୍କ ମୃତ୍ୟୁ ଖବରରେ ବିଭାଗୀୟ କର୍ମଚାରୀମାନେ ଭାଙ୍ଗିପଡିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories