www.samajalive.in
Saturday, December 13, 2025
15.1 C
Bhubaneswar

ଗୋଷ୍ଠୀ ସଂକ୍ରମଣ ମୁହାଁ ବୌଦ୍ଧ, ଆଜି ଚିହ୍ନଟ ହେଲେ ୨୪୬ କରୋନା ଆକ୍ରାନ୍ତ

ବୌଦ୍ଧ : ଆଜି ବୌଦ୍ଧ ଜିଲାରେ ୨୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ବୌଦ୍ଧ ଜିଲାରେ ୨୨୦ ଜଣ କୋଭିଡ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କୋଭିଡ ପଜିଟିଭ୍‍ଙ୍କ ସଂଖ୍ୟା ୫୭୦୨ରେ ପହଁଚିଛି। ଜିଲାରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାବେଳେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ପ୍ରକାଶ ପାଇଛି। ଗତକାଲି ଚିହ୍ନଟ ହୋଇଥିବା ୨୨୦ ପଜିଟିଭଙ୍କ ମଧ୍ୟରେ ବୌଦ୍ଧ ଏନ୍‍ଏସିରୁ ୨୩ ଜଣ, ବୌଦ୍ଧ ବ୍ଳକରୁ ୧୦୫ ଜଣ, ହରଭଙ୍ଗା ବ୍ଳକରୁ ୫୦ ଜଣ ଓ କ।ମାଳ ବ୍ଲକରୁ ୪୨ ଜଣ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଜିଲାରେ୧୯୯ ଜଣ କରୋନାରୁ ମୁକ୍ତ ହୋଇଥିବା ବେଳେ ମୋଟ ୩୪୦୯ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଆହୁରି ୨୨୭୪ ଜଣ ସକ୍ରିୟ ରୋଗୀ ବିଭିନ୍ନ ସ୍ଥାନରେ ଚିକିତ୍ସାଧିନ ଅଛନ୍ତି। ସରକାରୀ ହିସାବରେ ମୃତକଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଗତକାଲି ଆକ୍ରାନ୍ତ ପଜିଟିଭଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍‍ ମୁଞ୍ଚାପଡା ପଞ୍ଚାୟତରୁ ସର୍ବାଧିକ ୫୩, ବଢିଗାଁ ୧୯, ବାଉଁଶୁଣି ୧୬, ତାଲସରଡା, ଶଗଡା, ମୁର୍ଷୁଣ୍ଢି, ଖୁଣ୍ଟବନ୍ଧ, ଗୋଚ୍ଛାପଡା ପଞ୍ଚାୟତରୁ ୨ ଲେଖାଏଁ, ବହିରା, ଖଲିଆପାଲି, ଲକ୍ଷ୍ମିପ୍ରସାଦ, ମନୁପାଲି, ମୁଣ୍ଡିପଦର ଜଣେ ଲେଖାଏଁ ପଜିଟିଭ ହୋଇଛନ୍ତି।

 

- Advertisement -

ହରଭଙ୍ଗା ବ୍ଲକ୍‍ ସଙ୍କୁଲେଇ ପଞ୍ଚାୟତରୁ ୨୧, ତଳଗାଁ, ଛତ୍ରଙ୍ଗ, ହରଭଙ୍ଗା ପଞ୍ଚାୟତରୁ ୪ ଲେଖାଏଁ, ବାମଣ୍ଡା, କୁଶଙ୍ଗ ପଞ୍ଚାୟତରୁ ୩ ଲେଖାଏଁ, ତିଲେଶ୍ୱର, ପୁରୁଣାକଟକ ପ।ୟତରୁ ୨ ଲେଖାଏଁ, ବାଣୀଭୂଷଣପୁର, କରଞ୍ଜକଟା, ଲୁଣିବାହାଲ, ମାହାଲିକପଡା, ମଥୁରା, ରାଧାନଗର, ସରସରା ପ।ୟତରୁ ଜଣେ ଲେଖାଏଁ ପଜିଟିଭ ହୋଇଛନ୍ତି। କ।ମାଳ ବ୍ଲକ୍‍ ବିଳାସପୁର ପ।ୟତରୁ ୯, କ।ମାଳ ୬, ଦପଲା ୫, ବରଗୋଚ୍ଛା, ପଲସାଗୋରା, ଗୁଡଭେଲିପଦର ପ।ୟତରୁ ୩ ଲେଖାଏଁ, ଖଲିଆପାଲି, ଖଟଖଟିଆ, ଯୋଗିନ୍ଦ୍ରପୁର ପ।ୟତରୁ ୨ ଲେଖାଏଁ, ଘିକୁଣ୍ଡି, ଖମଣମୁଣ୍ଡା, କୁଲତାଯୋର, ଲମ୍ବସରୀ, ମନମୁଣ୍ଡା, ନାରାୟଣପ୍ରସାଦ ଓ ସିମିଳିପଦର ପ।ୟତରୁ ଜଣେ ଲେଖାଏଁ ପଜିଟିଭ ହୋଇଛନ୍ତି। ସେହିପରି ବୌଦ୍ଧ ଏନଏସିର ନୂଆଁସାହି ୪, ରଥସାହି ୪, ପୋଡାପଡା ୩, ବୁଟୁପାଲି ୩, ସୁଦସାହି ୨, ରାମେଶ୍ୱରବିହାର, ରାଜନପାଲି, ଖଲିଆବଗିଚା, ବଗିଚାସାହି, ମୁସଲିମ ପଡା, ଖଦାଳସାହି, ବାବୁସାହିରୁ ଜଣେ ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ ହୋଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories